ହେଡଲାଇନସ୍:

ତୀବ୍ର ଗତିରେ ଘୁର୍ଣ୍ଣିଝଡର ରୂପ ନେଉଛି ଅବପାତ : ସିଇସି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର, (ଶାସକ ପ୍ରଶାସକ): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସକଳେ ସାଢେ ଆଠଟା ସୁଦ୍ଧା  ଅବପାତରେ ପରିଣତ ହୋଇ ପାରାଦ୍ୱୀପର ଦକ୍ଷିଣ କୁ  1060 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି ।

ଶନିବାର ରାତିସୁଦ୍ଧା ଏହି ଅବପାତ ତୀବ୍ରଗତିରେ ଘୁର୍ଣ୍ଣିଝଡର ରୂପ ନେବାସହ ମେ 17 ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।ତେବେ ମେ 20 ତାରିଖରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ବେଳେ  ଏହି ଘୁର୍ଣ୍ଣିଝଡ଼ର ଗତିପଥ ଉତ୍ତର -ଉତ୍ତର ପୂର୍ବ ଦିଗକୁ ରହିବ ବୋଲି ସିଇସିର ନିର୍ଦେଶକ ଡ଼ଃ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଡ଼ଃ ସାହୁ କହିଛନ୍ତି ଏହା ମେ 19 ତାରିଖ ପର୍ଯ୍ୟନ୍ତ ପୂର୍ବ ଉପକୂଳ ଓ ଦକ୍ଷିଣ ଓଡିଶା ଉପକୂଳ ଆଡକୁ ମୁଁହାଇ ଥିବା ବେଳେ ଓଡିଶା ଉପକୂଳର ନିକଟବର୍ତ୍ତି ହେବା ସହ 19 ରାତିରେ ପୁରୀ ଓ ବାଲେଶ୍ୱର ମଧ୍ୟରେ ଏହାର ପ୍ରଭାବ ଦେଖାଯିବ । ଏହି ବାତ୍ୟା ଉତ୍ତର ଓଡିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଛୁଇଁପରେ ବୋଲି ମଧ୍ୟ ଆକଳନ କରିଛି ସିଇସି |

ତେବେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରକୃତ ରୂପରେଖ ରବିବାର ସକାଳେ ଜଣାପଡିବ ବୋଲି ଡ଼ଃ ସାହୁ କହିଛନ୍ତି | ଯଦି ଏହି ବାତ୍ୟା ଓଡିଶା ଉପକୂଳ ନିକଟବର୍ତ୍ତି ହୋଇ ଗତି କରେ ତେବେ ମେ 19 ରାତି ଏବଂ 20 ତାରିଖ ସକାଳେ ପବନର ବେଗ ଘଣ୍ଟାପ୍ରତି 140 କିଲୋମିଟର ରହିବ ମାତ୍ର ଯଦି ଏହା ଓଡିଶା ଉପକୂଳ ଛୁଇଁବ ତେବେ ପବନର ବେଗ ଘଣ୍ଟା ପ୍ରତି 160 ରୁ 180 ରହିପରେ ବୋଲି ସିଇସି ଆକଳନ କରିଛି |  ଏହା ଅତି ଭୟଙ୍କର ଘୁର୍ଣ୍ଣିବାତ୍ୟାର ରୂପ ନେଇପାରେ ବୋଲି ମଧ୍ୟ କହିଛନ୍ତି ଡ଼ଃ ସାହୁ କହିଛନ୍ତି |

ଏହାର ପ୍ରଭାବରେ ମେ 18 ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ମଧ୍ୟମ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ମେ 19 ଏବଂ 20 ତାରିଖରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୁରଭଞ୍ଜ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |  ଏହି ସମୟ ମଧ୍ୟରେ ନୟାଗଡ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର ଓ ଅନୁଗୁଳରେ ମଧ୍ୟମ  ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିଵା ଡ଼ଃ ସାହୁ କହିଛନ୍ତି | 

 

0
0
0
s2sdefault