ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଶା ମୋଟର ପାର୍ଟସ୍ ଡିଲରର୍ସ ଆସୋସିଏସନ, କଟକ ରାଜ୍ୟ ସରକାରଙ୍କ କରୋନା ବିରୁଦ୍ଧରେ ସଂଗ୍ରାମରେ ସହଯୋଗର ହାତ ବଢାଇଛନ୍ତି । ଆଜି ଆସୋସିଏସନର ସଭାପତି ନାଥମଲ୍ ଚାନ୍ନାଇ ଏବଂ କୋଷାଧ୍ୟକ୍ଷ ବଜରଙ୍ଗଲାଲ୍ କାଣ୍ଡୋଇ ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଂଠିକୁ ୧୪ଲକ୍ଷ ୯୫ ହଜାର ୭୩୮ଟଙ୍କାର ଏକ ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି । ଏହି ଡ୍ରାଫ୍ଟ ପ୍ରଦାନ ସମୟରେ ଆସୋସିଏସନର ସମ୍ପାଦକ ସ୍ମୃତିରଞ୍ଜନ ସ୍ୱାଇଁ , ସଦସ୍ୟ ରାହୁଲ କାଣ୍ଡୋଇ ,ମୁକେଶ ପରାଶ୍ରମପୁରିଆ,ଅରୁଣ ଗୋଏଙ୍କା , ଗଗନ ଷଢଙ୍ଗି ଏବଂ ନାଥମଲ୍ ଚାନ୍ନାଇ ପ୍ରମୁଖ ଉପସ୍ଥିତ ଥିଲେ । ଆସୋସିଏସନର ଏହି ବଦାନ୍ୟତା ନିମନ୍ତେ ମନ୍ତ୍ରୀ ଶ୍ରୀ ଜେନା ସେମାନଙ୍କୁ ସାଧୁବାଦ ଜଣାଇଥିଲେ |