ହେଡଲାଇନସ୍:

ସାବାସ :  ସଚୋଟତା ଦେଖାଇଲେ ରେଳବାଇ କର୍ମଚାରୀ, ଫେରାଇଲେ ଟଙ୍କା ଓ  ଅଳଙ୍କାର ଥିବା ବ୍ୟାଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର(ଶାସକ ପ୍ରଶାସକ) ପୁଣିଥରେ ପୂର୍ବତଟ ରେଳପଥ, ଖୋର୍ଦ୍ଧା ରୋଡ଼ ଡିଭିଜନର କର୍ମଚାରୀମାନେ ସେମାନଙ୍କ ସଚୋଟପଣିଆ ପ୍ରମାଣିତ କରିଛନ୍ତି | ନୂଆଦିଲ୍ଲୀ-ଭୁବନେଶ୍ୱର ଏସି ସ୍ପେସିଆଲ ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଛାଡି ଯାଇଥିବା ବ୍ୟାଗ(ଟଙ୍କା ଆଉ ଅଳଙ୍କାର ଥିବା) ଏହି ଟ୍ରେନର ଟିକେଟ ଚେକିଂ ଷ୍ଟାଫମାନେ ପାଇ ଫେରସ୍ତ କରିଛନ୍ତି | 

   ସୂଚନାଯୋଗ୍ୟ ଯେ, ଆଜି ସକାଳେ ଗୟା ଷ୍ଟେସନ ପରେ ପରେ ନୂଆଦିଲ୍ଲୀ-ଭୁବନେଶ୍ୱର ଏସି ସ୍ପେସିଆଲ ଟ୍ରେନ(ଟ୍ରେନ ନ -୦୧୮୨୪)ର ବି-୯ କୋଚରେ ଥିବା  ୪୮ ନମ୍ବର ବର୍ଥରେ ଗୋଟାଏ ମହିଳା ପର୍ସ ପାଇଥିଲେ ଟିକେଟ ଚେକିଂ କର୍ମଚାରୀ ମାନେ | ସେଥିରେ ୨୨୦୦୦ ଟଂକା ଓ ଲକ୍ଷାଧିକ ଟଙ୍କାର ସୁନା ଓ ରୂପ ଅଳଙ୍କାର ଥିଲା | 

   ଟ୍ରେନ ସୁପାରିନଟେଣ୍ଡେଣ୍ଟ କୌଶିକ ସାହା, ଡେପୁଟି ଟ୍ରେନ ସୁପାରିନଟେଣ୍ଡେଣ୍ଟ ଏସଆରସି ରାଜୁ ଓ ଜି କେ ଆନନ୍ଦ ତତ୍କାଳ  ଫୋନ ଯୋଗେ  ବି-୯ କୋଚରେ ଥିବା  ୪୮ ନମ୍ବର ବର୍ଥରେ ଯାତ୍ରା କରିଥିବା ସମ୍ପୃକ୍ତ ଯାତ୍ରୀଙ୍କ ସହ କଥା ହୋଇଥିଲେ ଓ ଗୋମୋହ ଷ୍ଟେସନ ଠାରେ ସମ୍ପୃକ୍ତ ଯାତ୍ରୀଙ୍କୁ ଅର୍ପଣ କରିବା ପାଇ ଆବଶ୍ୟକ ଡକ୍ୟୁମେଂଟସନ ସହ ଡିଉଟିରେ ଥିବା ଆରପିଏଫ ଏସ୍କର୍ଟଙ୍କ ହାତରେ ପ୍ରଦାନ କରିଥିଲେ  | ବାସ୍ତବିକ ରେଳବାଇ କର୍ମଚାରୀଙ୍କ ଏଭଳି ପଦକ୍ଷେପ ଓ ସଚୋଟତା ପ୍ରଶଂସନୀୟ |

0
0
0
s2sdefault