ହେଡଲାଇନସ୍:

ଡ. ଶିତିକଣ୍ଠ ମିଶ୍ର ଆଇଆଇଟିଟିଏମ୍ ପରିଚାଳନା କମିଟି ସଦସ୍ୟ ମନୋନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନଷ୍ଟିଟ୍ୟୁଟ  ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ଡଃ ଶିତିକଣ୍ଠ ମିଶ୍ର ଗୋୱାଲିୟର ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଂଟ ପରିଚାଳନା କମିଟିର ବିଶେଷଜ୍ଞ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

କେନ୍ଦ୍ର ପର୍ଯ୍ୟଟନ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ୍ ତାଙ୍କୁ ୩ ବର୍ଷ ଲାଗି ଏହି ପଦବୀ ନିମନ୍ତେ ମନୋନୀତ କରିଛନ୍ତି ।

ଆଇଆଇଟିଟିଏମ୍ ପର୍ଯ୍ୟଟନ କେନ୍ଦ୍ର ମନ୍ତ୍ରଣାଳୟ ପରିଚାଳିତ ଏକ ସ୍ୱୟଂଶାସିତ ଅନୁଷ୍ଠାନ  ଯାହାର ଶାଖା ଅନୁଷ୍ଠାନ ଭୁବନେଶ୍ୱର, ନୋଇଡା, ନେଲୋର ଓ ଗୋଆ ଠାରେ କାର୍ଯ୍ୟ କରୁଛି । ପର୍ଯ୍ୟଟନ ଓ ତତ୍ସଂକ୍ରାନ୍ତିୟ ବିଭିନ୍ନ ବିଷୟରେ ଏଠାରେ ଶିକ୍ଷା ଓ ତାଲିମ୍ ଦିଆଯାଇଥାଏ ।

ଡ. ମିଶ୍ର ଆଇଆଇଟିଟିଏମର  ପୂର୍ବତନ ନିର୍ଦ୍ଦେଶକ  ଭାବେ କାର୍ଯ୍ୟ କରିବା ସହିତ ଅଲ୍ ଇଣ୍ଡିଆ ବୋର୍ଡ ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ତଥା ଅଲ୍ ଇଣ୍ଡିଆ କାଉନ୍ସିଲର ଅଫ୍ ଟେକ୍ନିକାଲ୍ ଏଜୁକେସନର  ପରିଚାଳନା କମିଟିର ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଏହା ସହ ସେ ନ୍ୟାସନାଲ  ବୋର୍ଡ ଅଫ୍ ଏକି୍ରଡିସନ୍ ଏକ୍ରଡିସନ୍ ଇଭାଲ୍ୟୁଏସନ୍ କମିଟିର ଅଧ୍ୟକ୍ଷ, ଇଣ୍ଡିଆନ୍ ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି କଂଗ୍ରେସର ସଭାପତି ଓ ଉତ୍କଳ  ବିଶ୍ୱବିଦ୍ୟାଳୟର ସିନେଟ୍, ସିଣ୍ଡିକେଟ୍ ଓ ଏକାଡେମିକ କାଉନ୍ସିଲର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ବର୍ତମାନ ସେ ନର୍ଥଇଷ୍ଟ ହିଲ୍ ୟୁନିଭର୍ସିସଟି, ଇଗ୍ନୁ ଓ ମିଜୋରାମ୍ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍କୁଲ ବୋର୍ଡ ସଦସ୍ୟ ଅଛନ୍ତି ।

 

0
0
0
s2sdefault