ପର କରିଦେଇ ପରଲୋକରେ ସଂଗ୍ରାମୀ ଭବାନୀ ଚରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି  

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଆଉ ଆମ ଗହଣରେ ନାହାନ୍ତି |  କ୍ୟାପିଟାଲ ହସ୍ପିଟାଲରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୯୮ ବର୍ଷ ହୋଇଥିଲା । ଦଳମତ ନିର୍ବିଶେଷରେ ସର୍ବମାନ୍ୟ  ବ୍ୟକ୍ତିତ୍ୱ ଭାବେ ବିବେଚିତ ହୋଇ ଆସୁଥିବା ସ୍ବର୍ଗତଃ ପଟ୍ଟନାୟକଙ୍କ ବିୟୋଗରେ ଗୋଟାଏ ଯୁଗର ଅବସାବ ହେଲା |  ଓଡିଶା ସର୍ବୋପରି ଦେଶ ଜଣେ ବର୍ଷୀୟାନ୍ ଗାନ୍ଧିବାଦୀ ଓ ଗାନ୍ଧୀ ଆଦର୍ଶର ଚିନ୍ତକଙ୍କୁ ହରାଇଲା ।

ଜଣେ ଆଗଧାଡିର ସ୍ୱତନ୍ତ୍ରତା ସଂଗ୍ରାମୀ ଭାବେ ବିବେଚିତ ଶ୍ରୀ ପଟ୍ଟନାୟକ  ୧୯୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ଅନ୍ତର୍ଗତ ଗଡ଼ଅଣ୍ଢିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ  ସାଂସଦ ଭାବେ ୧୯୬୧, ୧୯୬୬ ଓ ୧୯୭୮ରେ ରାଜ୍ୟସଭାକୁ ତିନିଥର ମନୋନୀତ ହୋଇଥିଲେ । ସ୍ବର୍ଗତଃ ପଟ୍ଟନାୟକ ଥିଲେ କଂଗ୍ରେସ ଦଳର ଜଣେ ପୁରୁଖା ନେତା । ୨୦୧୮ରେ ତାଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିଥିଲେ |  ।

ପଦ୍ମଶ୍ରୀ ଭବାନୀ ଚରଣଙ୍କ ବିୟୋଗରେ ରାଜ୍ୟ ଜଣେ ବର୍ଷୀୟାନ୍‌ ନେତାଙ୍କୁ ହରାଇବା ସହ କଂଗ୍ରେସ ଦଳ ଜଣେ ପୁରୁଖା ନେତାଙ୍କୁ ହରାଇଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଗର୍ଗତଃ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ଟୁଇଟ୍ କରି ସେ କହିଛନ୍ତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜଣେ ମହାନ ଗାନ୍ଧିବାଦୀ ଭାବେ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି "ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ୱର୍ଗବାସ ଖବର ଶୁଣି ମୁଁ ମର୍ମାହତ । ଖୁବ କମ ବୟସରୁ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଭାରତ ଛାଡ ଆନ୍ଦୋଳନରେ ଝାସ ଦେଇଥିଲେ ଭବାନୀ  ବାବୁ । ତିନି ତିନି ଥର ରାଜ୍ୟସଭା ସାଂସଦ ଥିବା ଭବାନୀ ବାବୁ ଶେଷ ପର୍ଯ୍ୟନ୍ତ ଜନସେବାରେ ନିୟୋଜିତ ଥିଲେ । ତାଙ୍କର ମୃତ୍ୟୁରେ ଓଡିଶାରୁ ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟଙ୍କର ଅସ୍ତ ଘଟିଲା । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି " ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି | 

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗି ମଧ୍ୟ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ,  "ତିନି ତିନି ଥର ରାଜ୍ୟସଭା ସାଂସଦ ତଥା ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ଆଜି ସାରା ଓଡିଆ ଜାତି ସ୍ତବ୍ଧ ହୋଇଯାଇଛି। ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ହେଉ ବା ଭାରତ ମାତାର ସେବା ପାଇଁ ହେଉ , ସେ ନିଜେ ଶେଷ ଜୀବନ ପର୍ଯ୍ଯନ୍ତ ନିଜକୁ ସମର୍ପିତ କରିଦେଇଥିଲେ । ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ପ୍ରଭୂ ଜଗନ୍ନାଥଙ୍କ ପାଖେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି ଏବଂ ବନ୍ଧୁ , ବାନ୍ଧବ ଓ ଶୁଭେଚ୍ଛୁ ମାନଙ୍କୁ ଏହି ଦୁଃଖକୁ ସହନ ନିମନ୍ତେ ଧର୍ଯ୍ଯ ପ୍ରଦାନ କରିବା ପାଇଁ ମୁଁ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଛି ।"

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମଧ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ  ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଡ଼ ସାହୁ ତାଙ୍କ ଶୋକ ବାର୍ତ୍ତା ରେ କହିଛନ୍ତି ଭବାନୀ ବାବୁଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ଡ଼ ସାହୁ ତାଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଡ଼ ସାହୁ |

ସେହିପରି  ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍‍, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଭବାନୀ ବାବୁଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ଘଟିଛି । ତାଙ୍କର ଦେଶପ୍ରେମ ଆଗାମୀ ପୀଢିକୁ ପ୍ରେରଣା ଯୋଗାଇବ ବୋଲି ମୋର ଆଶା ଓ ବିଶ୍ୱାସ । ଶ୍ରୀ ଜେନା ତାଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍‍ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତରେ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି । ଏଭଳି ଅସମୟରେ ସ୍ୱର୍ଗତଃ ପଟ୍ଟନାୟକଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ପ୍ରଦାନ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ପ୍ରାର୍ଥନା କରିଛନ୍ତି । 

"ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ  ତଥା ପୂର୍ବତନ ସାଂସଦ ତଥା ଓଡିଶା କଂଗ୍ରେସ ସେବାଦଳର ପୂର୍ବତନ ଅଧକ୍ଷ ସମାଜସେବୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ।ତାଙ୍କର ଦେହାନ୍ତ ଓଡିଶା ବାସୀଙ୍କ ପାଇଁ ଏକ ଅପୁରାଣୀୟ କ୍ଷତି। ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ରାଜ୍ୟ ଓ ଦେଶ ପାଇଁ ସଦା ସର୍ବଦା ଲୋକଙ୍କ ହୃଦୟରେ ମନେ ରହିବେ।ସେ ଦରଡିବନ୍ଧୁ ଭାବେ ଓଡିଶାରେ ଅନେକ ଅନେକ କାମ କରିଯାଇଛନ୍ତି।ସେ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ଓ ଚିନ୍ତାଧାରାରେ ଜୀବନ ଅତିବାହିତ କରୁଥିବାବେଳେ ଓଡ଼ିଶାର ଯୁବ ସମାଜକୁ ସେହି ନୀତି ଆଦର୍ଶ ରେ ଚାଲିବା ପାଇଁ ପରାମର୍ଶ ଦେଉଥିଲେ।  ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକଙ୍କ  ଅମର ଆତ୍ମାର ମୁଁ ସଦଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଉଅଛି"ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି |                                   

"ସ୍ବାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ବିଶିଷ୍ଟ ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ  ବିୟୋଗ ଖବର ପାଇ ମୁଁ ଗଭୀର ଭାବେ ମର୍ମାହତ। ସ୍ଵାଧୀନତା ସଂଗ୍ରାମ ଓ ସ୍ଵାଧୀନତା ପରବର୍ତ୍ତୀ ରାଷ୍ଟ୍ର ନିର୍ମାଣରେ ତାଙ୍କର  ଉଲ୍ଲେଖନୀୟ ଅବଦାନ ରହିଛି। ତାଙ୍କର ଜୀବନ ଓ ସାଧନା ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ। ଏହି ଅସମୟରେ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ  ଅମର ଆତ୍ମାର ସଦଗତି ପ୍ରାପ୍ତି କାମନା କରୁଛି। " ବୋଲି କହିଛନ୍ତି ରାଜ୍ୟ ଯୁବ କଲ୍ୟାଣ ବୋର୍ଡ, କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ  ବିଜୟ କୁମାର ନାୟକ  | 

 

0
0
0
s2sdefault