ହେଡଲାଇନସ୍:

ଲକ ଡାଉନ ଭିତରେ ବି କମୁନି ବଳି ଚୋରାଚାଲାଣ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଖବର ପାଇଁ ଘଟଣା ସ୍ଥଳରେ ପହଁଚିଲେ ତହସିଲଦାର , ଜବତ କଲେ ୬ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି 

ବରଗଡ :-  ପ୍ରଶାସନର କଡା ଆଭିମୁଖ୍ୟ ସତ୍ୱେ ଥମୁ ନାହିଁ ଚୋରା ବାଲି ଚାଲାଣ । ପ୍ରତ୍ୟେକ ଦିନ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ଅନ୍ତର୍ଗତ ବିଭିନ୍ନ ବାଲି ଖଦାନ ମାନଙ୍କରୁ ନିୟମିତ ଭାବରେ ଚୋର ମାନେ ବାଲି ଚୋରି କରି ଆସୁଛନ୍ତି । ଏହି କ୍ରମରେ ଆଜି ଝାରବନ୍ଧ ତହସିଲ ଅନ୍ତର୍ଗତ ଟାମ୍ପର ଗ୍ରାମର ବାଲି ଖାଦାନ ରୁ ଟାମ୍ପର ଗ୍ରାମର ଗ୍ରାମବାସୀ ମାନଙ୍କର ଅଭିଯୋଗ କ୍ରମରେ ଅତିରିକ୍ତ ତହସିଲଦାର ଶ୍ରୀ ପର୍ଶୁରାମ ଅର୍ଯ୍ୟନ ପଣ୍ଡା ଛଅ ଗୋଟି ଟ୍ରାକ୍ଟର ଓ ଗୋଟେ JCB ଜବତ କରିଥିଲେ । ଗ୍ରାମ ବାସୀଙ୍କର କହିବା ମୁତାବକ ଝାରବନ୍ଧ ନିକଟସ୍ଥ କୋତନା ଗ୍ରାମର ଜଣେ ବହୁବଳୀ ଠିକାଦାର ଗତକାଲି ଠାରୁ ଜୋରଜବରଦସ୍ତ ଭାବରେ ଗ୍ରାମର ଲୋକଙ୍କୁ ଗାଳି ଗୁଳଜ କରି ରାତିସାରା ବାଲି ନେଇଥିଲା । ଏହାପରେ ସକାଳେ ଗ୍ରାମବାସୀ ମାନେ ଜମା ହେଇ ମିଳିତ ଭାବରେ ଅତିରିକ୍ତ ତହସିଲଦାର ଙ୍କୁ ଘଟଣା ବାବଦରେ ଅବଗତ କରାଇଥିଲେ । ଅଭିଯୋଗ ପାଇବା ପରେ ଶ୍ରୀ ପଣ୍ଡା ତୁରନ୍ତ ଘଟଣା ସ୍ଥଳକୁ ପହଂଚି ମୋଟ ସାତ ଗୋଟି ଗାଡି ଜବଡ଼ କରିବା ସହିତ ଗାଡି ମଳିକଙ୍କର ଠାରୁ ନବେ ହଜାର ଟଙ୍କା ଜରିମାନା ଆଦାୟ କରିବା ସହିତ ଗ୍ରାମବାସୀ ମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault