ସାମାଜିକ ଦୂରତା ତଥା ଆବଶ୍ୟକୀୟ ସଚେତନତା ଭିତରେ ତ୍ୱରାନ୍ୱିତ ହୋଇଛି ରଥ ନିର୍ମାଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ରଥ ଚକରେ ପଇଲାଗି ହୋଇ ଆରମ୍ଭ ହେଲାଣି ବିଭୋର ବାଡିଆ

  • ସପ୍ତମ ଦିନରେ ଦ୍ରୂତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

  • ଥର୍ମାଲ ସ୍କ୍ରନିଂ ପରେ ୧୬୨  ସେବାୟତ ସୁସ୍ଥ ଥିବା ଜଣାପଡିଛି

  • ଦୁଇ  ଦିନରେ ହେଲାଣି ୧୩୦ ସେବାୟତଙ୍କ ସ୍ୱାବ ସଂଗ୍ରହ 

ପୁରୀ(ଶାସକ ପ୍ରଶାସକ) : ଶ୍ରୀ ଜୀଉଙ୍କ ଘୋଷ ଯାତ୍ରା ଯେତିକି ପାଖଉଛି ରଥ ନିର୍ମାଣ କାର୍ଯ୍ୟ ସେତିକି ତ୍ୱରାନ୍ୱିତ ହେଉଛି | କରୋନା ମହାମାରୀ ଜନିତ ଲକ ଡାଉନ କାରଣରୁ ସାମାନ୍ୟ  ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ହୋଇଥିବା ବେଲେ ଆଜି ସପ୍ତମ ଦିନ ସୁଦ୍ଧା ସନ୍ତୋଷଜନକ ଭାବେ ହୋଇଛି ରଥ ନିର୍ମାଣରେ ଅଗ୍ରଗତି | ଏକ ଭାବପୂର୍ଣ୍ଣ ତଥା ଭକ୍ତିର ବାତାବରଣ ଭିତରେ   ଦ୍ରୂତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । 

ସପ୍ତମଦିନରେ ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରନିଂ କରାଯାଇଥିଲା । ଏଥିରୁ ଜଣାପଡିଥିଲା ସମସ୍ତ ସେବକ ସୁସ୍ଥ ଅଛନ୍ତି । ଏଥିସହିତ କୋଭିଡ-୧୯ ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ ଆରମ୍ଭ ହୋଇ ଗତକାଲି ୫୫ ଜଣଙ୍କର ସ୍ୱାବ ନମୁନା ସଗ୍ରହ ହୋଇଥିବା ବେଳେ ଆଜି ୭୫ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ ହୋଇଥିଲା । 

ସାମାଜିକ ଦୂରତା ତଥା ଆବଶ୍ୟକୀୟ ସଚେତନତା ଭିତରେ ରଥ କାମ ଚାଲିଥିବା ବେଳେ ସୂଚନା ଅନୁଯାୟୀ  ବର୍ତ୍ତମାନ ସୁଦ୍ଧା ସରିଲାଣି ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ । ୩ ରଥର ୬ଟି ଅନୁକୂଳ ଚକକୁ ଛାଡି ନନ୍ଦିଘୋଷ ରଥର ଗୋଟିଏ ଚକରେ ପଇଲାଗି ହୋଇ ବିଭୋର ବାଡିଆ(ପଇଠ) ହୋଇଛି । ଅନ୍ୟଟିରେ ପଇଲାଗି ସାରି ବିଭୋର ବାଡିଆ ଆରମ୍ଭ ହୋଇଛି । ଅନ୍ୟଟିରେ ଅର ସଂଯୋଗ ସରି ପଇଲଗି ବାକି ହୋଇଛି ।  

ମଝିରଥର ଦୁଇଟି ଚକାରେ ଅର ପଇ ସଂଯୋଗ ଚାଲିଛି । ୬ଟି ତୁମ୍ବରେ ବିନ୍ଧ କାମ ଶେଷ ପର୍ଯ୍ୟୟରେ ଥିବା ବେଳେ ୨ଟି ତୁମ୍ବର ବିନ୍ଧ କାମ ବାକି ଅଛି । ସେହିପରି ବଡ ରଥର ଦୁଇଟି ଚକରେ ପଇ ଲାଗିବାକୁ ଥିବା ବେଳେ ଗୋଟିକରେ ଅର ସଂଯୋଗ ସରିଛି ଏବଂ ୧୧ଟି ଗୁଜରେ ତଙ୍ଗ ବିରାଜ ଖୋଦେଇ ସରିଥିବା ବେଳେ ୯ଟି ଜଳଦନ୍ତ କାର୍ଯ୍ୟ ସରିଛି ।

0
0
0
s2sdefault