ହେଡଲାଇନସ୍:

କର୍ଫ୍ୟୁ ସମୟ ବଢ଼ିଲା ରାତି 9 ଟା ଯାଏଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର(ନିରୋଜ ମିଶ୍ର) ପ୍ରବାସୀ ଶ୍ରମିକଙ୍କ ଫେରିବାକୁ ନେଇ ବଲାଙ୍ଗିର ଜିଲା ପ୍ରଶାସନ ସହରର କେତୋଟି ରାସ୍ତାରେ କର୍ଫ୍ୟୁ ଘୋଷଣା କରିଥିଲେ। ଗୁରୁବାର ସେହି ଘୋଷଣାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବ ଘୋଷିତ ରାସ୍ତା ମାନଙ୍କରେ କର୍ଫ୍ୟୁ ସମୟକୁ ଆହୁରି ତିନି ଘଣ୍ଟା ବଢ଼ାଇ ଦିଆଯାଇଛି। ବର୍ତ୍ତମାନ ଏହି କର୍ଫ୍ୟୁ ସକାଳ ୯ ଟା ରୁ ସା ୯ଟା ପର୍ଯ୍ୟନ୍ତ ଜାରି କରାଯିବା ସୂଚନା ମିଳିଛି । ତେବେ ବୁଧବାର ଘୋଷିତ କର୍ଫ୍ୟୁ ତାଲିକାରୁ ସାଲେପାଲି ଗ୍ରାମକୁ ବାଦ ଦିଆଯାଇଥିବା ସ୍ଥଳେ ନୂତନ ତାଲିକାରେ ମଦନଗୁଡ଼ିଆ ବଗିଚାରୁ ଟିକ୍ରା ପଡ଼ା ଛକ ଦେଇ ଭାଗିରଥି ଛକକୁ ସଂଯୋଗ କରଥିବା ମୁଖ୍ୟ ରାସ୍ତାକୁ ଯୋଡ଼ା ଯାଇଛି । ତେବେ ପୂର୍ବ ଘୋଷିତ ସାଲେପାଲିରୁ ଆର୍‌ଟିଓ ଅଫିସ ଦେଇ ଟିଟିଲାଗଡ଼ ରାସ୍ତା, ରେଳ ଷ୍ଟେଶନରୁ ସୁଡ଼ପଡା ଦେଇ ପୁଇଁତଲା ରାସ୍ତା, ଆର୍‌ଟିଓ ଅଫିସରୁ ମହିଳା କଲେଜ ଦେଇ ରାଜେନ୍ଦ୍ର କଲେଜ ଛକକୁ ସଂଯୋଗ କରୁଥିବା ରାସ୍ତା ଏହି ତାଲିକାରେ ଅପରିବର୍ତ୍ତିତ ରହିଛି ।

0
0
0
s2sdefault