ହେଡଲାଇନସ୍:

ତାମିଲନାଡୁରୁ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଆସିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ବଲାଙ୍ଗିରରେ ଓହ୍ଲାଇଲେ  ବିଭିନ୍ନ ଜିଲ୍ଲାର ୩୦୪ ଜଣ ଶ୍ରମିକ, ୭୦ଟି ବସରେ ପଠାଗଲା ନିଜ ନିଜ  ଜିଲ୍ଲାର କ୍ୱାରେଣ୍ଟାଇନ ସେଣ୍ଟରକୁ 

  • ଏମାନଙ୍କ ମଧ୍ୟରେ  ଅଛନ୍ତି  ବଲାଙ୍ଗିର, ଦେବଗଡ଼, ନୟାଗଡ଼, ନୂଆଁପଡ଼ା, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳର ଶ୍ରମିକ  

ବଲାଙ୍ଗୀର(ନିରୋଜ ମିଶ୍ର) ଲକଡାଉନ ଯୋଗୁଁ ତାମିଲନାଡୁର ତିରିପୁର ଠାରେ ଫସି ରହିଥିବା ଶ୍ରମିକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଆଜି ବଲାଙ୍ଗିରରେ ପହଞ୍ଚିଛି। ତେବେ ଟ୍ରେନଟି ଆଜି ୧୦ଟା ୪୦ରେ ପହଞ୍ଚିବାକୁ ଥିବାବେଳେ ନିର୍ଦ୍ଧାରିତ ସମୟରୁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଛି। ଟ୍ରେନ ବଲାଙ୍ଗିର ଆସିବାକୁ ଥିବାରୁ ସହରର ବିଭିନ୍ନ ସ୍ଥାନରେ ଆଜି ସକାଳ ୯ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଛି।

ସୂଚନା ଯୋଗ୍ୟ ଯେ, ଏହି ଶ୍ରମିକ ଟ୍ରେନ ବଲାଙ୍ଗିରରେ ଆସି ପହଞ୍ଚିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ଏହି ଟ୍ରେନ ପ୍ରଥମେ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅଟକି ଥିବା ବେଳେ ପରେ ବଲାଙ୍ଗିରରେ ଆସି ଅଟକି ଥିଲା। ଟ୍ରେନଟି ବଲାଙ୍ଗିରରୁ ଭଦ୍ରକ ଯିବ ଓ ସେଠାରୁ ବାଲେଶ୍ୱର ଯିବ। ସେଠାରେ ମଧ୍ୟ ଶ୍ରମିକମାନେ ଓହ୍ଲାଇବେ ବୋଲି ଜଣାପଡ଼ିଛି। ତେବେ ବଲାଙ୍ଗିରରେ ବିଭିନ୍ନ ଜିଲ୍ଲାର ୩୦୪ ଜଣ ଶ୍ରମିକ ଓହ୍ଲାଇଛନ୍ତି। ସେହି ଶ୍ରମିକମାନେ ବଲାଙ୍ଗିର, ଦେବଗଡ଼, ନୟାଗଡ଼, ନୂଆଁପଡ଼ା, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର ଅଟନ୍ତି।

ଶ୍ରମିକମାନଙ୍କୁ ବଲାଙ୍ଗିର ଷ୍ଟେସନରେ ପ୍ରଥମେ ସ୍କ୍ରିନିଂ କରାଯିବା ପରେ ଖାଇବାକୁ ଦିଆଯାଇଥିଲା। ତାପରେ ସମସ୍ତଙ୍କର ପଞ୍ଜିକରଣ କରାଯାଇଛି। ପରେ ସେମାନଙ୍କୁ ୭୦ଟି ବସରେ ସେମାନଙ୍କ ଜିଲ୍ଲାର କ୍ୱାରେଣ୍ଟାଇନ କେନ୍ଦ୍ରମାନଙ୍କୁ ପଠାଇ ଦିଆଯାଇଛି। ସେହିପରି ଶ୍ରମିକମାନଙ୍କ ଯାତାୟତକୁ ଦୃଷ୍ଟିରେ ରଖି ସମ୍ପୁର୍ଣ୍ଣ ରେଳ ଷ୍ଟେସନ ଅଞ୍ଚଳ, ସାଲେପାଲି ଅଞ୍ଚଳ, ରେଲୱେ ଷ୍ଟେସନ ରୋଡରୁ ପୁଇଁନ୍ତଲା ଦେଇ ସୁଦପଡ଼ା ୟୁପି ସ୍କୁଲ ଓ ରେଲୱେ ଓଭର ବ୍ରିଜ, ସାଲେପାଲି ଆରଟିଓ ଛକ ଦେଇ ଟିଟିଲାଗଡ଼-ବଲାଙ୍ଗିର ରାସ୍ତା, ଆରଟିଓ ଛକରୁ ରାଜେନ୍ଦ୍ର କଲେଜ ଛକ ଦେଇ ମହିଳା ମହାବିଦ୍ୟାଳୟକ ଛକ ଓ ସେକ୍ସନ ଅଫିସ ଆରଡବ୍ଲୁଏସ୍ଏସ୍ ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ସେହିପରି ସମ୍ପୂର୍ଣ୍ଣ ରେଲୱେ ଷ୍ଟେସନ ଅଞ୍ଚଳକୁ ସାନିଟାଇଜ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

0
0
0
s2sdefault