ହେଡଲାଇନସ୍:

ଉଜୁଡ଼ି ଯାଇଥିବା ଧାନ ଫସଲ ଧରି ଉପଜିଲ୍ଲାପାଳ ଦାବିପତ୍ର ଦେଲା ଜୟ କୋସଲ କୃଷକ ସଙ୍ଗଠନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଲପଡ଼ା/ବନମାଳୀ ନାଏକ -ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତର ପାଖାପାଖି ୧୫୦୦ ହେକ୍ଟର ଚାଷଜମିରେ ଏଥର ରବିଫସଲ ଚାଷ ହୋଇଛି ଏବଂ ଫସଲ ଭଲ ମଧ୍ୟ ହୋଇଥିଲା | କିନ୍ତୁ ଏବର୍ଷ ବ୍ୟାପକ ଭାବରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା କରାମାଡ଼ ହୋଇଥିଲା ତେଣୁ ଫସଲହାନୀ ଯୋଗୁଁ ଚାଷି ମୁଣ୍ଡରେ ଚଡ଼କ ପଡ଼ିଛି |

ପାଗ ପରିବର୍ତନ ଯୋଗୁଁ ରୋଗପୋକ ଲାଗି ୫୦% ଧାନ ଫସଲ ନଷ୍ଟ ହୋଇ ଯାଇଛି | ଏନେଇ ବେଲପଡ଼ା ତହସିଲଦାର୍ ଏବଂ କୃଷି ଅଧିକାରିଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ସୁଫଲ ମିଲୁନାହିଁ | ବରଂ ଅଧିକାରୀମାନେ ଚାଷିଙ୍କୁ ପରିହାସ କରୁଥିବା ଅଭିଯୋଗ କରିଛନ୍ତି କୃଷକ ମାନେ | ଏଣୁ ଏ ଦିଗରେ ଉଚିତ୍ ତଦନ୍ତକରି ଚାଷିଙ୍କୁ କ୍ଷତିପୁରଣ ଦେବା ପାଇଁ ଆଜି ଉପଜିଲ୍ଲାପାଲଙ୍କୁ ସାକ୍ଷାତ କରି   ଜୟ କୋଶଲ କୃଷକ ସଙ୍ଗଠନ ସଭାପତି ପ୍ରକାଶ ବୁଡେକ, ଚାଷି ନେତା ବନମାଲୀ,ଚାଷି ନେତା ଅଚ୍ୟୁତ ସିପୁନ ଖମାରୀ, ଚୂଡାମଣୀ ବୁଡେକ, ଡାକ୍ତର ଦେଓ,ପ୍ରହଲ୍ଲା ନାଏକ, ଇନ୍ଦ୍ରମଣୀ ନାଏକ,  ଯୁଗଲାଲ ବୁଡେକ,  ପ୍ରମୋଦ ବୁଡେକ, ଲଲିତ ବୁଡେକ, କୁମର ସାହୁ, ଗଦା ବୁଡେକ,  ଚମାର ବୁଡେକ, ବାଜି ସାହୁ,  ସତ୍ୟବନ୍ଦ  ନାଏକ ସମସ୍ତେ ପ୍ରମୁଖ ଦାବିପତ୍ର ଦେଇଛନ୍ତି |

0
0
0
s2sdefault