ଦୃତ ଗତିରେ ଚାଲିଛି ଶ୍ରୀଜୀଉଙ୍କ ତିନିରଥ ନିର୍ମାଣ କାର୍ଯ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

  • ଘରକୁ ନଯାଇ  ନୀଳାଚଳ ଓ ନୀଳାଦ୍ରି ଭକ୍ତନିବାସରେ ରହୁଛନ୍ତି ରଥ ନିର୍ମାଣରେ ସଂପୃକ୍ତ ୧୪୩ଜଣ ସେବକ

  • କାର୍ଯ୍ୟ ଆରମ୍ଭ ପୂର୍ବରୁ ସେବକଙ୍କର ନିୟମିତ ପ୍ରକ୍ରିୟାରେ ହେଉଛି ଥର୍ମାଲ ସ୍କ୍ରିନିଂ ଓ  ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ

ପୁରୀ/ ଶାସକ ପ୍ରଶାସକ : ସାମାଜିକ ଦୂରତ୍ୱ ତଥା ଆବଶ୍ୟକ କାଇଦା କଟକଣା ଭିତରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ତିନିରଥ ନିର୍ମାଣ କାର୍ଯ୍ୟ | ସାମାନ୍ୟ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଦ୍ରୁତ ଗତିରେ ଚାଲିଛି କାମ । ରଥ ପାଇଁ ଆବଶ୍ୟକ ସମୁଦାୟ ୪୨ଟି ତୁମ୍ବରୁ ୩୯ଟି ତୁମ୍ବ ନିର୍ମାଣ ଓ ସୁତା ବାଡ଼ିଆ କାର୍ଯ୍ୟ ସରିଛି । ୩ଟି ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଆଜି ୩ରଥର ୩ଗୋଟି ଅଖ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପ୍ରତି ରଥର ୨ଟି ଲେଖାଏଁ ମୋଟ ୬ଟି ଯନ୍ତାପଟା ବିନ୍ଧ କରାଯାଇଛି । ୬ଟି କୋରାମୁଣ୍ଡା ତିଆରି ବି ଚାଲିଛି ।

   ଆଜି ସକାଳେ ରଥ ଖଳାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ୧୪୩ଜଣ ସେବକଙ୍କର ନିୟମିତ ପ୍ରକ୍ରିୟାରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି । ଏହି ସେବକମାନେ ଗତ କାଲିଠାରୁ ନିଜ ନିଜ ଘରକୁ ନଯାଇ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତନିବାସ ଓ ନୀଳାଦ୍ରି ଭକ୍ତନିବାସରେ ରହୁଛନ୍ତି । ସମସ୍ତ ସେବକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଘର ଠାରୁ ଦୂରେଇ ରହି ମଧ୍ୟ ସେବକମାନେ ଅତି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ସହ କାର୍ଯ୍ୟ କରୁଛନ୍ତି । ଶ୍ରୀମହାପ୍ରଭୁଙ୍କ କାର୍ଯ୍ୟକୁ ଅତି ଶ୍ରଦ୍ଧା ଓ ଭକ୍ତିର ସହ ସେମାନେ ଗ୍ରହଣ କରିନେବା ସହ ସେମାନଙ୍କ କାର୍ଯ୍ୟକୁ ନିଷ୍ଠାର ସହ ଜାରି ରଖିଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ ଲୋକସମ୍ପର୍କ ଅଧିକାରୀ ଲଷ୍ମୀଧର ପୂଜାପଣ୍ଡା ପ୍ରକାଶ କରିଛନ୍ତି |

 

0
0
0
s2sdefault