ହେଡଲାଇନସ୍:

ବୋୖଦ୍ଧ ରୁ 3 ପଜେଟିଭ୍ : 3 ଆକ୍ରାନ୍ତ ଙ୍କୁ ସମ କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତର     

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : କରୋନା ପୋଜିଟିଭ ଜିଲ୍ଲା ଭାବରେ ଯୋଡି ହେଲା ବୌଦ୍ଧ ଜିଲ୍ଲା । ଆଜି ଜିଲ୍ଲାରେ ୩ ଟି କରୋନା ପୋଜିଟିଭ ବାହାରିଥିବା ଜଣା ପଡିଛି । ସମସ୍ତ ପୋଜିଟିଭ ବ୍ୟକ୍ତି ସୁରତ ଫେରନ୍ତା ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ତେବେ ଏହି ପୋଜିଟିଭ ବ୍ୟକ୍ତିମାନେ କିଛି ଦିନ ତଳେ ସୁରତରୁ ଫେରିଥିବା ବେଳେ ପ୍ରଶାସନ ତରଫରୁ ସେମାନଙ୍କୁ କ୍ୱରେନଟାଇନରେ ରଖାଯାଇଥିଲା । ସଂପୃକ୍ତ ବ୍ୟକ୍ତିମାନେ ଜଗତି ପଂଚାୟତର ହୋଇଥିବା ବେଳେ ସେମାନେ କୌଣସି ଗାଁ ଲୋକଙ୍କ ସଂସ୍ପର୍ଶରେ ଆସିନଥିଲେ । ସେଇଥିପାଇଁ ଅଂଚଳବାସୀଙ୍କୁ କରୋନା ସଂକ୍ରମଣର କୌଣସି ଭୟ ନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତା ସହ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଯଥା ଶିଘ୍ର ଭୁବନେଶ୍ୱର ସମ କୋଭିଡ ଡାକ୍ତରଖାନାର ଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ତା ସହ ସଂପୃକ୍ତ ଅଂଚଳକୁ ସିଲ କରାଯିବ ବୋଲି ସୂଚନା ମିଳିଛି । ତେବେ ଇତି ମଧ୍ୟରେ ସୁରତରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଂଚଳର ୧୬୨ ଜଣ ପ୍ରବାସୀ ଓଡିଆ ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କୁ ଜିଲ୍ଲାର ୪ଟି କ୍ୱରେନଟାଇନ କେନ୍ଦ୍ରରେ ରଖାଯାଇଛି । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ଥିବା କହିଛନ୍ତି ଜିଲ୍ଲାପାଳ ।

0
0
0
s2sdefault