ହେଡଲାଇନସ୍:

ସୁବାଷ ଚୌହାନଙ୍କ ଅମର ଆତ୍ମା ପ୍ରତି ବିଜେଡି ଓ ବିଜେପିର  ଭାବପୂର୍ଣ୍ଣ  ଶ୍ରଦ୍ଧାଞ୍ଜଳୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୁବାସ ଚୌହ୍ୱାନଙ୍କ ଆଜି  ପରଲୋକ ହୋଇଛି । ଲିଭର କ୍ୟାନସରରେ ପୀଡିତ ଶ୍ରୀ ଚୌହ୍ୱାନ ଗତ ୫ ଦିନ ତଳେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।  ଚିକିତ୍ସାଧୀନ ଅବସ୍ଥାରେ  ଆଜି ପ୍ରାତଃ  ୩ଟା ୧୦ ମି ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। 

     ତେବେ ଆଜି ତାଙ୍କ ମର ଶରୀର ସମ୍ବଲପୁରରେ ପହଂଚିବା ପରେ ସମ୍ବଲପୁର ଜ଼ିଲ୍ଲା ବିଜୁ ଜନତା ଦଳ ଏବଂ ସମ୍ବଲପୁର ଜିଲ୍ଲା  ବିଜେପି ପକ୍ଷରୁ ତାଙ୍କ ଅମର ଆତ୍ମା ପ୍ରତି  ଭାବପୂର୍ଣ୍ଣ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ସ୍ଥାନୀୟ ଜେଲ ଛକରେ ଦଳୀୟ ବିଧାୟକ, ନେତା କର୍ମୀ ପହଂଚି ମର ଶରୀର ଦଳୀୟ ପତାକା ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଦେଇଥିଲେ l  ବିଜେଡି ଜ଼ିଲ୍ଲା ସଭାପତି ସିଦ୍ଧାର୍ଥ ଦାଶ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  କୁଚିଣ୍ଡା ବିଧାୟକ କିଶୋର ନାୟକ, ପୂର୍ବତନ ବିଧାୟିକା ଡ଼. ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ବିଧାୟକ ରମେଶ ପଟୁଆ, ପୂର୍ବତନ ଏସଡ଼ିଏ  ଅଧ୍ୟକ୍ଷ ବିଜୟ ମହାନ୍ତି, ଯୁବ ଜନତା ରାଜ୍ୟ କାର୍ଯ୍ୟ କାରି ସଭାପତି ସଂଜିତ ମହାନ୍ତି, ପୂର୍ବତନ ଜ଼ିଲ୍ଲା ସଭାପତି ପ୍ରମୋଦ ରଥ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ହିରା ଲାଲ ବେହେରା, ବରିଷ୍ଠ ବିଜେଡି ନେତା ଗୋକୁଳ ମେହେର, ମହମ୍ମଦ ସନାଉଲ୍ଲା, ମହମ୍ମଦ ଅଜିମ ଅଜୁ, ରାଜ କିଶୋର ଦାଶ, ଯୁବ ନେତା ସିଦ୍ଧାର୍ଥ ସାହା, ଅମୁଲ୍ୟ ମିଶ୍ର, ମୋତିଲାଲ ତନ୍ତୀ, ଯୁବ ଜନତା ଜ଼ିଲ୍ଲା ସଭାପତି ସୁବାଷ ଜେନା,  ପ୍ରଶାନ୍ତ ଥାପା, ଦିଲୀପ ପଣ୍ଡା, ଲିଙ୍ଗରାଜ ତ୍ରିପାଠୀ, ପ୍ରଫୁଲ୍ଲ ଦାଶ, ଆଶିଷ ମିଶ୍ର,  ଦୁଲାଲ ରାୟ, ନାରୀନେତ୍ରୀ ସୁନନ୍ଦା ଚଇନି, ମମତା ପଣ୍ଡା,  ସତେନ୍ଦ୍ର ଦାଶ, ଲଷ୍ମୀ ମହାପାତ୍ର, ଅଶ୍ବିନୀ ପୃସେଠ୍, ଅମିତ ନାଥ, ପପୁନ ପାଣିଗ୍ରାହୀ, ନିଶିତ ଆକାଶ ପ୍ରମୁଖ ଉପସ୍ଥିତ ରହି କରୋନା କଟକଣା କୁ ଦୃଷ୍ଟିରେ ରଖି  ସାମାଜିକ ଦୂରତ୍ୱ ଅବଲମ୍ବନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l 

     ଠିକ୍ ସେହି ପରି ସମ୍ବଲପୁର ଜ଼ିଲ୍ଲା ଭାରତୀୟ ଜନତା ପାର୍ଟ ପକ୍ଷରୁ ମଧ୍ୟ ଜେଲ ଛକରେ  ସ୍ୱର୍ଗତ ସୁବାସ ଚୌହାନଙ୍କୁ  ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା l ବରଗଡ ଲୋକ ସଭା ସାଂସଦ  ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରି ନାଏକ,ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲ, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ରାମ ଚନ୍ଦ୍ର ମେହେର, ମାନସ ରଞ୍ଜନ ବକ୍ସି, ଅନିଲ ବେହେରା,  ସମୀର ରଞ୍ଜନ ବାବୁ, ରିକନ ପଟ୍ଟନାୟକ, ସୁଶାନ୍ତ ପୁରୋହିତ, ସରୋଜ ଘଡେଇ, ମୋହନ ଦାଶ, ପ୍ରଭାସ ଦେବତା,  ଅରୁଣ କୁମାର ଦାସ, ଶିବ ଦିୱାନ, ସରୋଜ ଆଚାର୍ଯ୍ୟ, ପ୍ରଦୀପ ବେହେରା, ସୌମିତ୍ର ଜତି, ରଞ୍ଜିତ କୁମାର ରଥ ତଥା  ବହୁ ବିଜେପି ପଦାଧିକାରୀ ଓ କାର୍ଯ୍ୟକାର୍ତ୍ତ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l

 

0
0
0
s2sdefault