ହେଡଲାଇନସ୍:

ମଧୁଆପ୍ ଓ ଏଡୁସାଟରେ ସରକାର ପଢ଼ାଇବେ ପାଠ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକଡାଉନ୍ ଜାରି କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର Whatsapp ଓ D.D ଓଡ଼ିଆ ମାଧ୍ୟମରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ମଧୁ ଆପ୍ (Madhu App) ଓ ଏଡୁସାଟ୍ (Edusat) ଦ୍ୱାରା ଶିକ୍ଷାଦାନ ଜାରି ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମତବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଏହାକୁ ଅଧିକ ବ୍ୟାପକ କରାଇବା ପାଇଁ ମାଇକ୍ରୋ ସଫ୍ଟ ଟିମର ସହଯୋଗ ନିଆଯାଇଛି । ଯାହାର ପ୍ରଥମ କାର୍ଯ୍ୟ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବିଦ୍ୟାଳୟରେ ପରୀକ୍ଷା, ନିରୀକ୍ଷା କରାଯାଇ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରାଯାଇଅଛି । ପ୍ରତି ସ୍କୁଲର ପ୍ରଧାନ ଶିକ୍ଷକ ଓ ୨ ଜଣ ସହକାରୀ ଶିକ୍ଷକମାନଙ୍କୁ ନେଇ ଏସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇଛି । ୨୪ଟି ଜିଲ୍ଲାର ଜିଲ୍ଲାଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କୁ ୨ ଦିନ ପୂର୍ବରୁ ପ୍ରଶିକ୍ଷଣ ଦିଆସରିଛି । ୧୦ଟି ଲେଖାଏଁ ୨୪ଜିଲ୍ଲାର ମୋଟ ୨୪୦ ସ୍କୁଲକୁ ଏହି ମାଇକ୍ରୋସଫ୍ଟ ଟିମ୍ ଦ୍ୱାରା ଶିକ୍ଷା ପ୍ରଦାନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ କାର୍ଯ୍ୟ ଜାରି ରହିଛି । ଗୋଟିଏ ସ୍କୁଲ ଅଧିନରେ ୨୫୦ ଜଣ ଛାତ୍ରଛାତ୍ରୀ ଏହି ଶିକ୍ଷା ସଂଯୋଗ ମାଧ୍ୟମରେ ପାଠ ପଢ଼ିପାରିବେ ।

ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭଳି ମାଇକ୍ରୋସଫଫ ଟିମ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କ ସହିତ ସିଧାସଳଖ ଆଲୋଚନା ଓ ପର୍ଯ୍ୟାଲୋଚନା କରି ପାଠ ପଢ଼ି ପାରିବେ । ପୂର୍ବ ନିଷ୍ପତ୍ତି ଅନୁସାରେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ Whatsapp ମାଧ୍ୟମରେ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି । 

0
0
0
s2sdefault