ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଏନଏସି ସଂଗରୋଧ ଗୃହ ଅସ୍ଥାୟୀ କର୍ମଚାରୀ ଗଙ୍ଗାଧର ପ୍ରଧାନ(୩୦) ସ୍ଥାନୀୟ ଏନଏସିର ସଫେଇ କର୍ମଚାରୀଙ୍କ ମିଳିତ ଆକ୍ରମଣ ଶୀକାର ହୋଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି ।
ଓଡ଼ଗାଁ ଏନଏସି ଦାୟୀତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଡକରାରେ ସଫେଇ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଆସିନଥିବାରୁ ସେମାନଙ୍କ ଅନୁପସ୍ଥିତିରେ ସଂଗରୋଧ ଗୃହ ବିଶୋଧନ କାର୍ଯ୍ୟ ପାଇଁ ଗଙ୍ଗାଧରକୁ ଦାୟିତ୍ୱ ଦେଇ ଅଧିକାରୀ ନୟାଗଡ଼ ଫେରିଥିଲେ । ହେଲେ ବହୁ ବିଳମ୍ବରେ ଏନଏସି ସଫେଇ କର୍ମଚାରୀମାନେ ଆସି ଅଫିସରେ ପାଟିତୁଣ୍ଡ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଆଜି ସଫେଇ କାର୍ଯ୍ୟ ବନ୍ଦ ରଖି କର୍ମଚାରୀମାନେ ଧାରଣା ଦେଇଥିଲେ । ବୁଧବାର ମଧ୍ୟାହ୍ନରେ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଆସି ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ସେଠାରୁ ଫେରିଥିଲେ । ମାତ୍ର ବାହାର ଗାଁରୁ ଆସି ଗଙ୍ଗାଧର କାମରେ ଯୋଗଦେବାକୁ ସ୍ଥାନୀୟ ଏନଏସି ସଫେଇ କର୍ମଚାରୀମାନେ ଗ୍ରହଣ କରିପାରିନଥିଲେ । ଫଳରେ ଆଜି ସନ୍ଧ୍ୟାରେ ସଙ୍ଗରୋଧ ଗୃହରୁ କାର୍ଯ୍ୟ ସାରି ଫେରୁଥିବା ଗଙ୍ଗାଧରକୁ ସମୟରେ ସିନେମାହଲ ଠାରେ ସଫେଇ କର୍ମଚାରୀ ମିଳିତ ଆକ୍ରମଣ କରିଥିଲେ । ଏନେଇ ଆଜି ସଫେଇ କାର୍ଯ୍ୟ ବନ୍ଦ ରହିଥିବା ବେଳେ ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ସଫେଇକାର୍ଯ୍ୟ ବନ୍ଦ ରହିବ ବୋଲି କର୍ମଚାରୀମାନେ ସୂଚନା ଦେଇଥିଲେ ।