ଟିଟିଲାଗଡ ପ୍ରଶାସନକୁ ଖୋଲା ଚାଲେଞ୍ଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ(ଗୌରବ ଦର୍ଜୀ) : କୋଭିଡ-୧୯ କୁ ନଜର ରେ ରଖି ଦେଶ ସାରା ସତର୍କତମୂଳକ ପନ୍ଥା ଅବଲମ୍ବନ କରାଯାଉଛି। ସେହିପରି ଟିଟିଲାଗଡ ପ୍ରଶାସନ ତରଫ ରୁ ମଧ୍ୟ ଅନେକ ସୁରକ୍ଷା ମୂଳକ ପଦ୍ଧତି ଜାରି କରାଯାଇଛି। ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଟିଟିଲାଗଡ ବଣିକ ମାନଙ୍କ ପାଇଁ ନିୟମ ଜାରି କରିଛନ୍ତି। ଯେ ଟିଟିଲାଗଡ ରେ ଥିବା ସମସ୍ତ ହୋଲସଲେର ମାନଙ୍କ ମାଲ୍ ବାହୀ ଗାଡ଼ି ଯାହା ଜିଲ୍ଲା ବାହାରୁ ଓ ରାଜ୍ୟ ବାହାରୁ ଆସୁଅଛି ତାହା କୁ ଟିଟିଲାଗଡ ମଧ୍ୟ ରେ ପ୍ରବେଶ ନ କରି କଲେଜ ପଡିଆ ରେ ରଖା ଯିବ ଓ ସେଠାରୁ ନିଜ ଅଞ୍ଚଳ ର ଗାଡ଼ି ମାଧ୍ୟମରେ ପରିବହନ କରିବେ। ଏହି ନିୟମ ଜିଲ୍ଲାପାଳଙ୍କ ଦ୍ଵାରା ପୁରା ଟିଟିଲାଗଡ ରେ ପ୍ରଚାର କରାଯାଇଥିଲେ ମଧ୍ୟ ଅନେକ ବ୍ୟକ୍ତି ପ୍ରଶାସନକୁ ଖୋଳା ଚାଲେଞ୍ଜ କରିଛନ୍ତି। ଆଜି ହିନ୍ଦୀ ସ୍କୁଲ ନିକଟ ଏକ ଆଳୁ ଗୋଦାମକୁ ପଶ୍ଚିମବଙ୍ଗରୁ ଆଳୁ ବୋଝା ଟ୍ରକ୍ ଆସି ଆଳୁ ଓହ୍ଲା ହୋଇଛି। ଏଥିପ୍ରତି ପ୍ରଶାସନ ର ମଧ୍ୟ ଧ୍ୟାନ ନାହିଁ। ଖାଲି ନିୟମ ଜାରି କରିଦେଲେ କଣ ଦାୟିତ୍ଵ ସରି ଯାଏ। ଲୋକ ନିଜେ ସଚେତନ ନାହାନ୍ତି । ସତର୍କ କଣ ରହିବେ।

ମାଲବାହୀ ଗାଡ଼ି ମଧ୍ୟ ଆସିଛି ପଶ୍ଚିମ ବଙ୍ଗ ରୁ। ଯେଉଁଠୁ ଓଡ଼ିଶାକୁ ଅନବରତ ଆସୁଛି କୋରୋନା ଭାଇରସ। ପ୍ରଶାସନ କୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ନଚେତ୍ ଟିଟିଲାଗଡ କୁ ଆସୁଥିବା ଏହି ପରି ଟ୍ରକ୍ ଚାଳକ ଓ ତାଙ୍କ ସହଯୋଗୀଙ୍କ ଦ୍ବାରା ଆସି ପରେ ଭାଇରସ । ସେମାନେ ନା ପିନ୍ଧିଛନ୍ତି ମାଷ୍କ । ସେମାନେ ଆସିଥିବା ସମୟରେ କେତେ ସ୍ଥାନରେ କାହା କାହା ସହିତ ମିଳାମିଶା କରିଥିବେ ତାହା କାହା କୁ ଜଣା ନାହିଁ । ଖୋର୍ଦ୍ଧା ଓ ଗଞ୍ଜାମ ପରି ଜିଲ୍ଲା ମାନଙ୍କ ରେ ଦେଖା ଯାଉଥିବା କୋରୋନା ରୋଗୀ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗ ଫେରନ୍ତା।  କୋରୋନା ଭାଇରସର ବର୍ତ୍ତମାନ  କୌଣସି ଲକ୍ଷଣ ମଧ୍ୟ ଦେଖା ନଯାଇ ପୋଜିଟିଭ୍ ବାହାରୁଛି। ତେଣୁ ଟିଟିଲାଗଡ ବାସୀ ଓ ପ୍ରଶାସନକୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍।

0
0
0
s2sdefault