ଅସହାୟଙ୍କ ବିପଦର ବନ୍ଧୁ ସାଜିଛନ୍ତି ଜଟାଧାରୀ ଓ ଜୟଜବାନ କ୍ଳବର ଯୁବଗୋଷ୍ଠୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-କରୋନା ଭୂତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି।କରୋନାକୁ ଦମନ ପାଇଁ ସାରା ଦେଶରେ ତାଲା ବନ୍ଦ । ଏହି ତାଲା ବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ ଅତିବାହିତ କରୁଥିବା ଦେଖିବାକୁ ମିଲୁଛି । ଏପରି ଦୟନୀୟ ଅବସ୍ଥା ସମୟରେ ଉକ୍ତ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଛନ୍ତି ଦୀପ୍ତୀପୁର ଅଞ୍ଚଳର କିଛି ଯୁବଗୋଷ୍ଠୀ । ଜୟ ଜବାନ କ୍ଳବ ଓ ଜଟାଧାରୀ କ୍ଳବର ମିଳିତ ଉଦ୍ୟମରେ ଟାଳ ପଞ୍ଚାୟତର ଗରିବ ଅସହାୟ ତଥା ଦିନ ମଜୁରିଆ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।ଦୀର୍ଘ ଦିନ ହେଲା ଏହି ଯୁବଗୋଷ୍ଠୀ ପଦ୍ମପୁରର ବିଭିନ୍ନ ପଞ୍ଚାୟତର ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି  । ଆଜି ୧୬ତମ ଦିନରେ ଏହି ଯୁବଗୋଷ୍ଠୀ ଲୋହାରପାଲି ଗ୍ରାମପଞ୍ଚାୟତର ଲୋହାରପାଲି, ସର୍ଗିଜୋରୀ,ବରଭଟା, କଦଳୀମୁଣ୍ଡା,ଗମ୍ଭାରୀଡିହି ଓ କବିବରପୁର ଗ୍ରାମ ଗୁଡିକର ପ୍ରାୟ ତିନିଶହରୁ ଅଧିକ ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ରାଜବୋଡାସମ୍ବର ବ୍ଳକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋନୁ ବାଗ,ଲୋହାରପାଲି ସରପଞ୍ଚତୁଳାରାମ ଲୋହାର ଓ ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରଭାନୁ ପ୍ରଧାନ ଯୋଗଦେଇ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ ।ଶୁଖିଲା ଖାଦ୍ୟରେ ଚାଉଳ,ଡାଲି,ଚିନି,ଚା,ସୁଜି,ଚୁଡା,ବିସ୍କୁଟ ଓ ଲୁଣ ଦିଆଯାଇଛି । ଯୁବଗୋଷ୍ଠୀଙ୍କ ଏହି ଶୁଖିଲା ଖାଦ୍ୟ ଅସହାୟ ମାନଙ୍କ ପାଇଁ ସହାୟକ ହେବ ବୋଲି  ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି । ଏହି ଶୁଖିଲା ଖାଦ୍ୟ ବଣ୍ଟନରେ ଜଟାଧାରୀ କ୍ଳବ ଟାଳର ଧିରେନ ବିଶ୍ବାଳଙ୍କ ନେତୄତ୍ବରେ ସଞ୍ଜୟ ବଢେଇ,ଡ଼ମ୍ବରୁଧର ପ୍ରଧାନ, ଚତୃ ଭୋଇ, ଅଶ୍ବିନୀ ସାହୁ, ମୁକେଶ ବେରିଆ,ଆନନ୍ଦ ପ୍ରଧାନ, ଦେବାଶିଷ ପ୍ରଧାନ, ଶାନ୍ତନୁ ବଢେଇ, ସୁମନ୍ତ ପ୍ରଧାନ, ଚିନ୍ତାମଣି ପ୍ରଧାନ, ଜ୍ୟୋତିକାନ୍ତ ସାହୁ,ନିଳମଣି ସାହୁ,ନାରାୟଣ ସାହୁ ଓ ଜୟ ଜବାନ କ୍ଳବ ଦୀପ୍ତୀପୁରର ଦୀପ୍ତିକାନ୍ତ ମୁଖିଙ୍କ ନେତୄତ୍ବରେ ରୋଶନ ପାଣିଗ୍ରାହୀ,ବିନୟ ସାହୁ,ପ୍ରେମାନନ୍ଦ ବାରିକ, ଚେତନ ଜେନ,ସୁନିଲ ସାହୁ, ସୁଶିଲ ସାହୁ,ଚନ୍ଦନ ସାହୁ, ରଜତ ସାହୁ, ହାର୍ଷିଦ ଗୋୟଲ,କୁନା ବାରିକ, କଂଗ୍ରେସ ସାହୁ,ଅନିଲ ସାହୁ, ବଣ୍ଟି ଅଗ୍ରୱାଲ, ବବୁଲୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault