ମୟୁରଭଂଜ ପ୍ରଶାସନର ପଦକ୍ଷେପ ପରେ କୋଟାରୁ ଘରକୁ ବାହୁଡ଼ିଲେ ଛାତ୍ରଛାତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବସ ଚାଳକ ଓ କର୍ମଚାରୀ ସମେତ ସଙ୍ଗରୋଧ କେନ୍ଦ୍ରରେ ହେଲେ ଭର୍ତ୍ତି 

ବାରିପଦା(ଦିଲ୍ଲୀପ ମହାନ୍ତି)- ରାଜସ୍ଥାନ ରାଜ୍ୟର କୋଟା ଜିଲ୍ଲାରେ ଫଶି ରହିଥିବା ମୟୂରଭଞ୍ଜ ଜିଲ୍ଲାର ୨୦ ଜଣ ଛାତ୍ରଛାତ୍ରୀମାନଙ୍କୁ ଆଣିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମେ ୧ରେ ଯାଇଥିବା ସ୍ୱତନ୍ତ୍ର ବସ ଆଜି ନିରାପଦରେ ଫେରି ବାରିପଦାରେ ପୂର୍ବାହ୍ନ ୧୦.୧୫ ସମୟରେ ପହଁଞ୍ଚିଛି । ବସରେ ଫେରି ଆସିଥିବା ୧୧ ଜଣ ଛାତ୍ର, ୯ ଜଣ ଛାତ୍ରୀମାନଙ୍କ ସହିତ ୨ ଅଭିଭାବକ , ୨ ଜଣ ବସ ଚାଳକ ଓ ଜଣେ ହେଲପରଙ୍କୁ ମିଶାଇ ମୋଟ ୨୫ ଜଣଙ୍କୁ ଜିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତି ଅନୁସାରେ ବାରିପଦା ପ୍ରୟାସ ହଲ ପରିସରରେ ଥିବା ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପର୍ଯ୍ୟନ୍ତ ଭର୍ତ୍ତି କରାଇଥିବାର ଜଣାପଡ଼ିଛି । ଏଥି ସହିତ ପ୍ରୟାସ ହଲରେ ଏକ ମେଡ଼ିକାଲ ଟିମ ପହଁଞ୍ଚି କୋଟା ଫେରନ୍ତାମାନଙ୍କ ନିକଟରୁ ନମୁନା ସଂଗ୍ରହ କରି କୋଭିଡ଼-୧୯ ପରୀକ୍ଷା ନିମନ୍ତେ ପଠାଇଛନ୍ତି । ସଙ୍ଗରୋଧ କେନ୍ଦ୍ରରେ ରହିବା ସମୟରେ ପ୍ରଶାସନ ପକ୍ଷରୁ ପ୍ରତ୍ୟେକଙ୍କୁ ଟୁଥ ବ୍ରସଠାରୁ ଆରମ୍ଭ କରି ପେଷ୍ଟ, ସାବୁନ, ତେଲ, ବାଲଟି, ମଗ, ଆରାମ କରିବା ନିମନ୍ତେ ବେଡ଼, ବିଶୁଦ୍ଧ ପାନୀୟ ଜଳ ଆଦି ସହିତ ସପ୍ତାହର ୭ ଦିନରେ ଭିନ୍ନ ଭିନ୍ନ ପ୍ରକାରର ଜଳଖିଆ, ମଧ୍ୟାହ୍ନ ଓ ରାତ୍ରୀକାଳୀନ ଭୋଜନ ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । 

ସୂଚନା ଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାର ବାରିପଦା, ଡ଼ୁକୁରା, ଉଦଳା, ବେତନଟୀ ଓ ବହଳଦା ଆଦି ଅଞ୍ଚଳରୁ ଛାତ୍ରଛାତ୍ରୀମାନେ ଯାଇ ରାଜସ୍ଥାନ କୋଟାରେ ରହି ସେଠାକାର ଏଲ୍ ଏନ୍ କୋଚିଂ ଇନଷ୍ଟିଟ୍ୟୁଟରେ  ମେଡ଼ିକାଲ ଓ ଇଞ୍ଜିନିୟରିଂ କୋଚିଂ ନେଉଥିଲେ ।  

0
0
0
s2sdefault