ସୋଆର ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପଢ଼ୁଛନ୍ତି ପାଠ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ  ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଛିି । ତେବେ ସୋଆ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଯେଭଳି କୌଣସି ଅସୁବିଧା ନହୁଏ ସେ ଦିଗରେ ଅଧିକ ଯତ୍ନବାନ ହୋଇଛି ବିଶ୍ୱବିଦ୍ୟାଳୟ । ୟୁ.ଜି.ସି ଏବଂ ଏ.ଆଇ.ସି.ଟି.ଇର ଗାଇଡଲାଇନ ଅନୁଯାୟୀ ଗତ ୧ ମାସ ହେବ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ କ୍ଲାସ ଯୋଗେ ପାଠ ପଢ଼ାଯାଉଛି । 

ସୋଆର ଫାକଲ୍ଟିମାନେ ଗୁଗୁଲ ମିଟ୍ ଏବଂ ୱେବେକ୍ସ ପ୍ଲାଟଫର୍ମରେ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ପାଠ ପଢ଼ାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଧିକ ସୁବିଧା ନିମନ୍ତେ ଭିଡିଓ ଲେକ୍ଚର ଗୁଡିକୁ ମଧ୍ୟ ୱେବସାଇଟରେ  ଅପଲୋଡ କରାଯାଉଛି ।  ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଏହି ଅନଲାଇନ କ୍ଲାସରେ ଯୋଗ ଦେଉଛନ୍ତି ବୋଲି ସୋଆ ପକ୍ଷରୁ କୁହାଯାଇଛି । ଫାକଲ୍ଟି ମାନେ ପ୍ରତ୍ୟେକ ବିଷୟରେ ଦିନକୁ ୩ ରୁ ୫ ଘଂଟା ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ଶିକ୍ଷାଦାନ କରୁଥିବାବେଳେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ପାଠ୍ୟକ୍ରମ ସମ୍ପର୍କିତ ବିଭିନ୍ନ ଆଲୋଚନା ମଧ୍ୟ କରାଯାଉଛି । ଯଦି କୌଣସି ଛାତ୍ର କ୍ଲାସରେ ଉପସ୍ଥିତ ହୋଇପାରୁନାହିଁ ତେବେ ଭିଡିଓ ଲିଂକ ଗୁଡିକ ଇ-ମେଲ୍ ମାଧ୍ୟମରେ ପଠାଯାଉଛି ଯେପରି ସଂପୃକ୍ତ ଛାତ୍ର ଜଣକ ପଛୁଆ ରହିବ ନାହିଁ । 

ଏଥି ସହିତ ବିଭିନ୍ନ ଗ୍ରୁପ ମେଲ୍ ଓ ଗୃପ ହ୍ୱାଟ୍ସଆପ ଜରିଆରେ ମଧ୍ୟ ଫାକଲ୍ଟି ମାନେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ାରେ ସାହାଯ୍ୟ କରୁଛନ୍ତି  ।

 

0
0
0
s2sdefault