ହେଡଲାଇନସ୍:

କୃଷକ ମୋର୍ଚା ଦ୍ୱାରା କରୋନା ଯୋଦ୍ଧାଙ୍କୁ ସମ୍ମାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : କରୋନା ମହାମାରୀରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟରତ ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟକର୍ମି ଓ ପ୍ରଶାସନୀକ ଅଧିକାରୀ ମାନଙ୍କୁ ଉତ୍ସାହିତ  କରିବା ଉଦେଶ୍ୟରେ ବିଭିନ୍ନ ଅନୁଷ୍ଠାନ  ଆଗେଇ ଆସୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷିରେ ନୟାଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚା ସଭାପତି ଶ୍ରୀନିବାସ ପ୍ରଧାନ ଓ ସହେଯାଗୀ ଦ୍ୱାରା ଆଜି କରୋନା ଯୋଦ୍ଧାମାନଙ୍କୁ ସମ୍ମାନୀତ କରାଯାଇଥିଲା । ସ୍ଥାନୀୟ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ବଂଶୀଧର ବିଶ୍ୱାଳଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ବିଡିଓ, ତହସିଲଦାର ଓ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଫୁଲ ଓ ଉତରୀୟ ପକାଇ ସମ୍ମାନୀତ କରିଥିଲେ । ସେହିପରି ସୋମବାର ଦିନ ପ୍ରବାସୀ ଓଡ଼ିଆମାନଙ୍କ ରକ୍ଷଣା ବେକ୍ଷଣରେ ଲାଗିିରହିଥିବା ସ୍ୱାସ୍ଥ୍ୟକର୍ମି, ଅଙ୍ଗନଓାଡି କର୍ମି ଓ ଆଶାକର୍ମୀ ମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଓଡ଼ିଶା ଜଙ୍ଗଲ ମଂଚର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ଦ୍ୱାରା ମାସ୍କ, ସାନିଟାଇଜର ଓ ଗ୍ଲୋବସ ଇତ୍ୟାଦି ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । 

0
0
0
s2sdefault