ହେଡଲାଇନସ୍:

ଲକଡାଉନ: ଚିନ୍ତା ଆଉ ଆଶଙ୍କାରେ ପିଆଜ ଚାଷୀ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କୋମନା (ଶାସକପ୍ରଶାସକ)- ସାରା ଦେଶରେ ମେ ୧୭ ଯାଏଁ ଲକଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯାହାର ପ୍ରଭାବ ଚାଷୀକୂଳ ଉପରେ ପଡିଛି । ନୂଆପଡା ଜିଲା କୋମନା ବ୍ଲକ ର ପିଆଜ ଚାଷୀ ବର୍ତମାନ ଚିନ୍ତାରେ । ଗୋଟିଏ ପଟେ ବର୍ଷା ସାଙ୍ଗକୁ କୁଆପଥର ମାଡ ଚାଷକୁ କ୍ଷତି କରିଥିବା ବେଲେ ଏବେ ଲକଡାଉନ ପ୍ରଭାବରେ ବାହାର ଜିଲାର ବ୍ୟବସାୟୀ ଆସି ପାରୁନଥିବାରୁ ବାଧ୍ୟ ହୋଇ କମ ମୂଲ୍ୟରେ ବିକ୍ରି କରୁଛନ୍ତି । କୋମନା ବ୍ଲକ ର ନୂଆଗାଁ, ଲହଣ୍ଡୋପାଲି, କାଳିମାଟି ଭଲି ଗ୍ରାମରେ ପ୍ରତ୍ୟେକ ବର୍ଷ ଭଲି ଏବର୍ଷ ମଧ୍ୟ ବେଶ  ଉତ୍ସାହ ର ସହ ପିଆଜ ଚାଷ କରିଥିଲା ଚାଷୀ । ହେଲେ କରୋନା ମହାମାରୀ ସହ ଜଳବାୟୁ ର ପରିବର୍ତନ ଆସିବା ପରେ ସବୁ କିଛି ଉଲଟପାଲଟ ହେଇଗଲା । ଚାଷ ବି ଭଲ ହେଲାନି କି ଉଚିତ ମୂଲ୍ୟ ବି ମିିଲିଲାନି । ଚାଷୀଙ୍କ ସମସ୍ୟା ବୁଝିବା ସହ ଉଚିତ ମୂଲ୍ୟ ଯୋଗାଇ ଦେବାକୁ ଚାଷିମାନେ ଦାବି କରିଛନ୍ତିି । 

0
0
0
s2sdefault