ହେଡଲାଇନସ୍:

ବାହାର ରାଜ୍ୟରୁ ମୟୂରଭଞ୍ଜକୁ ଘର ବାହୁଡ଼ା ଯୁବକ ଯୁବତୀମାନଙ୍କ ନିମନ୍ତେ ନୂତନ ଯୋଜନା କାର୍ଯ୍ୟକାରୀ ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମୁକାବିଲା ନିମନ୍ତେ ଲକ୍ ଡ଼ାଉନ ପରେ ବାହାର ରାଜ୍ୟକୁ ଯାଇଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କର ଘର ବାହୁଡ଼ା ପଞ୍ଜିକରଣ ଓଡ଼ିଶା ବିକାଶର ଅସଲ ଚିତ୍ର ଉପରୁ ପରଦା ହଟାଇ ଦେଇଛି ।  ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାକୁ ଫେରିବା ନିମନ୍ତେ ୩୦ ହଜାରରୁ ଅଧିକ ଯୁବକ ଯୁବତୀମାନେ ପ୍ରଶାସନ ନିକଟରେ ନାମ ପଞ୍ଜିକରଣ କରିଥିବାର ଜଣାପଡ଼ିଛି । ଜିଲ୍ଲାରେ କଳ କାରଖାନା ନ ଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ହଜାର ହଜାର ଯୁବକ ଯୁବତୀଙ୍କ ଘର ବାହୁଡ଼ା ସହିତ ଲକ୍ ଡ଼ାଉନର ପ୍ରଭାବ ଜିଲ୍ଲାବାସୀଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ମୟୂରଭଞ୍ଜ ଜିଲ୍ଲାର ଗରୀବ ଜନସାଧାରଣ ଦୁଇ ବେଳା ଆହାର ଜୁଟାଇବା ନିମନ୍ତେ ସଂଗ୍ରାମ ଚଳାଇଛନ୍ତି । ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାର କ୍ଷମ କରାଇ ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ନିମନ୍ତେ ଜିଲ୍ଲାର ସରକାର ମୋତେ ରୋଜଗାର ଦିଅ ଅଭିଯାନ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇଟି ପୃଥକ ପୃଥକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏଥି ନିମନ୍ତେ ଅଭିଯାନର ଆବାହକ କଳିଙ୍ଗ କେଶରୀ ଜେନା, ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ, ଭଞ୍ଜସେନା ସଭାପତି ପିଣ୍ଟୁ ମାଇତି, ଭଞ୍ଜସେନା ଜିଲ୍ଲା ସଂଯୋଜକ ରାକେଶ ବେହେରା, ବାଜୁନ ହାଁସଦାଃ, ରାକେଶ ମହାନ୍ତି ପ୍ରମୁଖକୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ଆଜି  ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ କାର୍ଯ୍ୟାଳୟ ପ୍ରକୋଷ୍ଠରେ  ସାକ୍ଷାତ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । 

 

0
0
0
s2sdefault