ହେଡଲାଇନସ୍:

ପରଲୋକରେ ଶିକ୍ଷାବିତ୍ ଶତ୍ରୁଘନ ମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ଅପରାହ୍ନ ୨ଟା ସମୟରେ ବାରିପଦା ପୌରପରିଷଦର ତୁଳସୀଚଉରା ନିବାସୀ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଶତ୍ରୁଘନ ମନ୍ତ୍ରୀଙ୍କର ୮୧ ବର୍ଷ ବୟସରେ ତାଙ୍କର ବାସଭବନରେ ପରଲୋକ ହୋଇଯାଇଛି । ଏହି ସମୟରେ ପ୍ରତିରକ୍ଷା ବିଭାଗରୁ ଅବସର ଗ୍ରହଣ କରିଥିବା ଜ୍ୟେଷ୍ଠ  ପୁତ୍ର ଦିଲ୍ଲୀପ ମନ୍ତ୍ରୀ, କନିଷ୍ଠ  ପୁତ୍ର ତଥା ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ମନ୍ତ୍ରୀ ପ୍ରମୁଖଙ୍କ ସମେତ ୩ ଝିଅ, ପୁତ୍ରବଧୂ ଓ ନାତି , ନାତୁଣୀମାନେ ଉପସ୍ଥିତ ରହିଥିଲେ । ୧୯୩୯ ମସିହାରେ ବଡ଼ସାହି ବ୍ଲକ ଟଙ୍ଗାଶୋଳ ଗ୍ରାମରେ ଜନ୍ମିତ ଶତ୍ରୁଘନ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ୧୯୯୮ରେ ସ୍କୁଲ ସବଇନ୍ସପେକ୍ଟର ଭାବେ ଚାକିରୀରୁ  ଅବସର ନେଇଥିଲେ । ତାଙ୍କର ବିୟୋଗ ଖବର ପ୍ରଚାରିତ ହେବା ପରେ ଜନ୍ମ ମାଟି ଟଙ୍ଗାଶୋଳ ଗ୍ରାମ ସହିତ ବାରିପଦା ତୁଳସୀଚଉରା ଶୋକର ଛାୟା ଖେଳାଇଯାଇଥିଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଶିଷ୍ଟ ବ୍ୟକ୍ତିମାନେ ତୁଳସୀଚଉରା ବାସଭବନରେ ପହଁଞ୍ଚି  ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ । 

0
0
0
s2sdefault