ହେଡଲାଇନସ୍:

ବୌଦ୍ଧ ଲକ୍ ଡାଉନ୍ ୩.୦ : ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶାବଳୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୌଦ୍ଧ/ପ୍ରତାପ ମେହେର :ବୌଦ୍ଧ ଜିଲ୍ଲାରେ ତୃତୀୟ  ପର୍ଯ୍ୟାୟ ଲକଡାଉନ ସମୟରେ କେନ୍ଦ୍ର ସରକାର କେତେକ ଦୋକାନ ଖୋଲିବା ପାଇଁ ନିୟମ କୋହଳ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ହିସାବରେ  ବୌଦ୍ଧ ଜିଲ୍ଲାକୁ ଗ୍ରୀନ୍ ଜୋନରେ ସାମିଲ କରିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର  ନିୟମ ଜାରି  କରି ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । 

ବୌଦ୍ଧ ଜିଲ୍ଲାରେ ସମସ୍ତ ମଦ ଦୋକାନ, ଚା/କଫି ଦୋକାନ, ପାନ ଦୋକାନ, ଜିମ୍‌, ବୁଲା ଖାଦ୍ୟ(ଠେଲା) ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ସକାଳ ୭ ଘଣ୍ଟାରୁ ମଧ୍ୟାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରତିଦିନ ଖୋଲା ରହିବ । ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଏଜେନ୍ସି, ନିର୍ମାଣ ସାମଗ୍ରୀ, କୃଷି ସମ୍ବନ୍ଧିତ ଦ୍ରବ୍ୟ, ଗ୍ୟାରେଜ ଆଦି ଦିନ ତମାମ ଖୋଲାରହିବ ।

ସେହିପରି ଦୁଇଚକିଆ ଯାନରେ ଦୁଇଜଣ, ଅଟୋ ରିକ୍ସା ଓ ଚାରି ଚକିଆ ଯାନରେ ଡ୍ରାଇଭର ବ୍ୟତୀତ ୨ଜଣ ଯାତାୟତ କରିପାରିବେ । ସମସ୍ତ ବ୍ୟକ୍ତିଙ୍କୁ ମାସ୍କ ବ୍ୟବହାର କରିବାକୁ ପଡିବ । ଦୋକାନ ଗୁଡିକ ଖୋଲିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ଦୋକାନୀମାନେ ସାମାଜିକ ଦୂରତାକୁ ପାଳନ କରିବାକୁ ବାଧ୍ୟ ହେବେ । ସମସ୍ତ ଗ୍ରାହକ ପରସ୍ପର ମଧ୍ୟରେ ୬ଫୁଟର ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା ଦରକାର । ଦୋକାନରେ ସାନିଟାଇଜର ବ୍ୟବସ୍ଥା ଦୋକାନୀ ଉପଲବ୍ଧ କରାଇବାକୁ ବାଧ୍ୟ । ଏଠାରେ ଖିଲାପ ହେଲେ ସଂପୃକ୍ତ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କୌଣସି ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା ଖାଇ ଛେପ ପକାଇବା ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ । ହୋଟେଲ, ରେଷ୍ଟୁରାଣ୍ଟ, ମିଠା ଦୋକାନ, ଫଳରସ ଦୋକାନ ଗୁଡିକ ଗ୍ରାହକମାନଙ୍କ ଘରକୁ ଜିନିଷ ପହଞ୍ଚାଇ ପାରିବେ । ବୟସ୍କ ବ୍ୟକ୍ତି  ଓ ଶିଶୁ ଅତି ଆବଶ୍ୟକ ନପଡିଲେ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନମାନେ ଜିଲ୍ଲାପାଳଙ୍କ ଗାଇଡଲାଇନକୁ ଅପେକ୍ଷା କରିଥିବା ବେଳେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଚା ଦୋକାନ ଓ ପାନ ଦୋକାନକୁ ଖୋଲିବା ନେଇ ପୁନର୍ବାର କଟକଣା କରାଯାଇଥିବାରୁ ଏହି ବ୍ୟବସାୟ କରି ପେଟ ପୋଷୁଥିବା ପରିବାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

0
0
0
s2sdefault