ହେଡଲାଇନସ୍:

ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ମାଣ୍ତୋସିଲ ଗ୍ରାମବାସୀଙ୍କ ସାମୁହିକ ଦାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର (ଶାସକ ପ୍ରଶାସକ): ପଦ୍ମପୁର ଅଞ୍ଚଳର ବିଭିନ୍ନ ଗ୍ରାମ ମାନଙ୍କରେ ଲୋକେ ଉତ୍ସାହିତ ହୋଇ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ସାମୁହିକ ଭାବେ ଦାନ ପ୍ରଦାନ କରୁଥିବାର ନିଜର ଦେଖିବାକୁ ମିଳିଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସାଧାରଣଙ୍କୁ ଲୋକର ଏଭଳି ଆସ୍ଥା ଓ ବିଶ୍ବାସ ବଢିଛି ଯେ , ସରକାର ଙ୍କ ଠାରୁ କଣ ପାଇବା ଆସାରେ ନୁହେଁ ବରଂ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ଦାନ ଦେବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରି ଲୋକେ ଧାଡିରେ ଛିଡା ହୋଇ ଅର୍ଥ ଦାନ ଦେଉଛନ୍ତି  । ଇତି ମଧ୍ୟରେ ମିଠାପାଲ, ରଣଜିତ ପୁର, ଲୁହାରପାଲି, ଚଙ୍ଗରିଆ, ସୋଡା, ମହୁଲପାଲି, ସର୍ଗିବାହାଲ, ଝାଙ୍କରପାଲ, ପୁରେନା ଗ୍ରାମ ପରେ ପାଇକମାଲ ବ୍ଲକ ମାଣ୍ତୋସିଲ ଗ୍ରାମ ବଜାର ଠାରେ ଲୋକେ ଗାମୁଛା ପକାଇ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ଅନ୍ନପୁର୍ଣ୍ଣା ସ୍ବୟଂ ସହାୟକ ଗୋଷ୍ଠୀ ୫୦୧, ମାଁ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀ ୫୦୧, ଜଗନ୍ନାଥ ସ୍ବୟଂ ସହାୟକ ଗୋଷ୍ଠୀ ୫୦୧, ଗୁଣ୍ତିଚା ରାଣୀ ସ୍ବୟଂ ସହାୟକ ଗୋଷ୍ଠୀ ୫୦୧, ଉମାଦତ୍ତ ଶର୍ମା ୧୦୦୧, ରଞ୍ଜନ କୁମ୍ଭାର ୪୦୧ ଟଙ୍କା ସହାୟତା ପ୍ରଦାନ କରିଥିଲେ । ମାଣ୍ତୋସିଲ ଗ୍ରାମବାସୀ ରୁ ମୋଟ ୫୬୬୫ ହଜାର ଟଙ୍କା ସଂଗ୍ରହ କରିଥିଲେ  । ବରଗଡ଼ ଜିଲ୍ଲା ପ୍ରତିନିଧି ଲଳିତ ଜଗତଙ୍କ ନେତୃତ୍ବରେ  ପ୍ରଧାନମନ୍ତ୍ରୀ କେୟାର ଫଣ୍ତକୁ ଦାନ କରିଥିଲେ । ସଂଗୃହୀତ ଦାନ ରାଶିକୁ ପାଇକମାଲ SBI ରେ ଜମା କରିବା ପାଇଁ ମାଣ୍ତୋସିଲ ମଣ୍ଡଳ ସଭାପତି ସଂଜୟ ବେହେରା, ବରଗଡ଼ ଜିଲ୍ଲା ପ୍ରତିନିଧି ଲଳିତ ଜଗତଙ୍କ  ହାତରେ ଅର୍ପଣ କରିଥିଲେ । ଏଠାରେ ସମସ୍ତଙ୍କୁ ମାକ୍ସ ବାଣ୍ଟିବା ସହ କରୋନା ଉପରେ ସଚେତନା ସୃଷ୍ଟି କରା ଯାଇଥିଲା । ଏ କାର୍ଯ୍ୟକ୍ରମ ଗୁଡିକରେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ,  ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ ବହିଦାର, ବରିଷ୍ଠ ବିଜେପି ନେତା ବଳରାମ ସାହୁ, ମାଣ୍ତୋସିଲ ସରପଞ୍ଚ ହିମାଦ୍ରୀ ପୁଟା,ସମିତି ସଭ୍ୟା ଇନ୍ଦୁମତୀ ଭୋଇ, ମହମ୍ମଦ ହନିଫ,ସୁବାଷ ଚନ୍ଦ୍ର ହଂସ,ଲଳିତ ମୋହନ ପୁରୋହିତ, ଲବାନ ରଣା,ନରୋତ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ  ।

 

0
0
0
s2sdefault