ସହରରେ ସଚେତନ କଲେ ଯୁବ ରେଡକ୍ରସ ଓ ଏନସିସି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଳ କୁମାର ବାଗ: ଦିନକୁ ଦିନ କରୋନା ରୋଗ ମହାମାରି ରୂପ ନେବାକୁ ବସିଲାଣି । ସମଗ୍ର ବିଶ୍ୱରେ ବର୍ତମାନ ୧୩୫ରୁ ଉର୍ଦ୍ଧ ଦେଶରେ ଏହାର କବଳିତ କରିସାରିଲାଣି । ଭାରତରେ ଦିନକୁ ଦିନ ଆକ୍ରନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜନସାଧାରଣଙ୍କ ମନରେ ଏହା କୋକୁଆ ଭୟ ସୃଷ୍ଟି କରିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଜବାହାରଲାଲ କଲେଜର ଏନସିସି ଏବଂ ୟୁଥ ରେଡ କ୍ରଶ ତରଫରୁ ମିଲିତ ଭାବରେ ବ୍ରହ୍ମପୁରା ବ୍ଳକଛକ ଠାରୁ ରାମପୁର ପର୍ଯ୍ୟନ୍ତ  ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୟଭୀତ ନହୋଇ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସର୍ତକତାକୁ ପାଳନ କରାଗଲେ ଏହି ରୋଗ ବ୍ୟାପିବ ନାହିଁ ବୋଲି ସଚେତନ କରାଯାଇଛି। ବିଶେଷକରି ସହର ଓ ଗ୍ରାମାଞ୍ଚଳ ଲୋକଙ୍କୁ କରୋନା ଭୁତାଣୁରୁ ସଚେତନ କରିବା ଉଦ୍ଦେଶ୍ୟରେ ଏନସିସି ଓ ୟୁଥ ରେଡକ୍ରସ  ପକ୍ଷରୁ ସମସ୍ତ ଦୋକାନ, ରାସ୍ତାରେ ଯାଉଥିବା ଜନସାଧାରଣଙ୍କୁ କରୋନା ଭୁତାଣୁ ପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଖାଲି ସରକାରୀ ସ୍ତରର ପ୍ରଚେଷ୍ଟାରେ ନୁହେଁ କିପରି ସବୁବର୍ଗର ଲୋକଙ୍କ ନିକଟରେ ଏହି ସଚେତନତା ବାର୍ତା ପହଞ୍ଚି ପାରିବ ସେହି ଉଦେଶ୍ଯରେ ଆଜି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବୋଲି ପାଟଣାଗଡ ଜବାହାରଲାଲ କଲେଜ ଅଧ୍ୟକ୍ଷ ଶ୍ରୀ ଡଂ. ଦବରାଜ ମିଶ୍ର ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜବାହାରଲାଲ କଲେଜ ଅଧ୍ୟକ୍ଷ ଡ଼. ଦେବରାଜ ମିଶ୍ର , ପ୍ରଫେସର ପ୍ରଣବ ପାଣିଗ୍ରାହି,ପ୍ରଫେସର ରବିନ୍ଦ୍ର ସାହୁ, ମେଜର ରାମ କୁମାର ସାହୁ, ରେଡକ୍ରସ ଅଧିକାରୀ ଗୋପାଲ ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ବେଉରା, ସହକାରୀ  ଉପଜିଲ୍ଲାପାଳ ପଦ୍ମନାଭ ପୁରୋହିତ, ସମର  ଶିକ୍ଷାର୍ଥି ବାହିନୀ, ୟୁଥ ରେଡ କ୍ରସ ଓ ପୂର୍ବତନ ଛାତ୍ର ରାନା ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

0
0
0
s2sdefault