ପଞ୍ଚାୟତ ସ୍ତରରେ ଚାଳିଛି ଚାଉଳ ବଣ୍ଟନ: ସାମାଜିକ ଦୂରତାକୁ ଯାଉଛି ଚୁଲିକୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :-ସମ୍ପୂର୍ଣ୍ଣ  ବିଶ୍ୱ ଦରବାରରେ କରୋଣା ମହାମାରୀ ଭୁତାଣୁ ସଂକ୍ରମଣରୁ ବାଦ ପଡିନଥିବା ବେଳେ ଭାରତବର୍ଷ ମଧ୍ୟ ଏହି ଭୁତାଣୁ କବଳଲେ ଛନ୍ଦିହୋଇ ଯାଇଛି | ଏହି ସଂକ୍ରମଣ ଭୁତାଣୁକୁ  ବାଦ ଦେବାପାଇଁ ଏବେସୁଧା କୌଣସି ଭେକ୍ସିନ ତିଆରି ହୋଇନଥିବା ଯୋଗୁଁ  ସଂକ୍ରମଣ କୁ ରୋକିବା ପାଇଁ ଗୋଟିଏ ହିଁ ବିକଳ୍ପ ସାମାଜିକ ଦୂରତା ଏବଂ ସ୍ୱଚ୍ଛତା ତେଣୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣ ହିତକୁ ଦେଖି ସାରା ଭାରତବର୍ଷକୁ ଅଳ୍ପଦିନ ପାଇଁ ଲକଡାଉନ ବିଜ୍ଞପ୍ତି ଜାରୀ କରିଥିଲେ ଏହା ସ୍ଵତ୍ପେ ମଧ୍ୟ ଏହି ଭୁତାଣୁ ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିବାରୁ ପୁଣି  ଲକଡାଉନ ଅବଧି କୁ ବଢାଇ ଦିଆ ଯାଇଅଛି  | ଏବଂ  ସରକାରୀ ସ୍ତରରେ ପଞ୍ଚାୟତ ଗୁଡ଼ିକରେ ଏକାନ୍ତକକ୍ଷ ଠାରୁ ଆରମ୍ଭ କରି ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ ,ନିର୍ମାଣ ଶ୍ରମିକଙ୍କୁ ଭତା ପ୍ରଦାନ ସହ  ମନରେଗା ଯୋଜନା ରେ ସାମିଲ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି | କିନ୍ତୁ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁବ୍ଲକ ଜରଙ୍ଗଲୋଇ ଗ୍ରାମପାୟତରେ ନା ସାମାଜିକ ଦୂରତା ରକ୍ଷା କରାଯାଉଛି ନା ଗରିବ ଅସହାୟ ଲୋକଙ୍କୁ ସଠିକ ଭାବରେ ଖାଇବାକୁ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ପଞ୍ଚାୟତ ସ୍ତରରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଦିଆଯାଉଥିବା ପିଡ଼ିଏସ ଚାଉଳ ବାଣ୍ଟିବା ସମୟରେ ନା ରହୁଛି ସାମାଜିକ ଦୂରତା କିମ୍ବା ସ୍ଵଛତା ଘଟଣା ସମ୍ପର୍କରେ ଜରଙ୍ଗଲୋଇ ସରପଞ୍ଚଙ୍କ ମତାମତରୁ ଯାହା ଜଣାପଡିଛି ସରପଞ୍ଚ କହିବା ଅନୁଯାୟୀ ଏହା ସୁନ୍ଦରଗଡ଼ ଜିଲ୍ଲାରେ ସବୁ ଜାଗାରେ ହେଉଛି ମୁଁ ଭିଡ଼ିଓ କରି ଦେଖେଇବି ବୋଲି ଜଣେ ସାମ୍ବାଦିକଙ୍କୁ ସମାଲୋଚନା କରି କହିଛନ୍ତି ବେଳେ ଆହୁରି କହିଛନ୍ତି ଆମେ କଣ କରିବୁ ଲୋକଙ୍କୁ ଲାଠି ଚାଳନା କରିବୁ ନା କଣ ବୋଲି କହିବା ସହ ଲୋକଙ୍କୁ କହୁଛୁ ଲୋକ ବୁଝୁନାହାନ୍ତି ଏହା ତବ୍ଲିକଜମାତ ମାନଙ୍କ ପାଇଁ ହୋଇଛି ବୋଲି ଜରଙ୍ଗଲୋଇ ସରପଞ୍ଚ ମତବ୍ୟକ୍ତ କରିଛନ୍ତି | ହେଲେ ଏଠିପ୍ରଶ୍ନ ଉଠେଜେ ଜଣେ ଗଣମାଧ୍ୟମ ପ୍ରତିନିଧି କରୋଣା ମହାମାରୀ ସଂକ୍ରମଣ ସମୟରେ ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ସରପଞ୍ଚଙ୍କ ମତାମତ ନେବା ସମୟରେ ଏଭଳିଆ ଦୁର୍ବ୍ୟବହାର ଶୋଭନୀୟ ନୁହେଁ ତେଣୁ ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ପଦକ୍ଷେପ ନିଅନ୍ତୁ ନଚେତ ଭବିଷ୍ୟତରେ  ଜିଲ୍ଲାପାଳଙ୍କ  ଭଳି କ୍ଷମତା ପାଇଥିବା ଗ୍ରାମାଞ୍ଚଳର ସରପଞ୍ଚ ମାନେ ରାଜ୍ୟ ପାଇଁ ବିପଦ ବୋଲି ସାଧାରଣ ରେ ଦାବୀ ହୋଇଛି |

0
0
0
s2sdefault