ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଅବକାରୀ ଏଏସଆଇଙ୍କ ସମେତ ଅନ୍ୟକର୍ମଚାରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦାରିଙ୍ଗବାଡି ଥାନାରେ ଏତଲା ଗିରଫଦାବୀ କଲା କନ୍ଧମାଳ ସାମ୍ବାଦିକ ସଂଘ। 

ଘୁ. ଉଦୟଗିରି :  ରାଜ୍ୟରେ ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି I ପୁରୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବନବିଭାଗ କର୍ମଚାରୀ ଆକ୍ରମଣ କରିଥିବା ଘଟଣା ନ ନୀଭୂଣୁ ଆଜି ପୁଣି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ହେବା ସହ ବାଇକ ଭଙ୍ଗାରୁଜା କରାଯାଇ ଥିବା ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଛି ।  ଦାରିଙ୍ଗବାଡିର ଦୈନିକ ଖବର କାଗଜ ପ୍ରମେୟର ପ୍ରତିନିଧି ତରଣୀ କୁମାର ସାହୁଙ୍କୁ ଅବକାରୀ ଏଏସ ଆଇ  ଶାନ୍ତନୁ ପଟ୍ଟନାୟକ ସମେତ ଅନ୍ୟ କର୍ମଚାରୀ  ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିବା ସାମ୍ବାଦିକ ଜଣକ ଏତଲାରେ ପ୍ରକାଶ କରିଛନ୍ତି। ତାରିଣୀ କୁମାର ସାହୁ ବାଇକରେ ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ଅବକାରୀ କର୍ମଚାରୀ ତାଙ୍କୁ ଠେଲିଦେବା ସହିତ ଏକ ଲୁହାରଡରେ ଆକ୍ରମଣ କରିଥିବା ନେଇ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ କଡା ସୁରକ୍ଷା ଥାଇ ମଧ୍ୟ ଦାରିଙ୍ଗବାଡି ଅଞ୍ଚଳରେ ଲକଡାଉନ ସମୟରେ ଚୋରାଦେଶୀ ମଦ କାରବାର ବୃଦ୍ଧି ପାଉ ଥିଲା I ମଦ କାରବାର ବୃଦ୍ଧି ପାଉଥିବାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଖବର କାଗଜରେ ପ୍ରକାଶ କରିଥିଲେ I ଏଥିରେ ଉତକ୍ଷିପ୍ତ ହୋଇ ଅବକାରୀ ବିଭାଗର ଅଫିସର ଓ କର୍ମଚାରୀ ତାରିଣୀ କୁମାର ସାହୁ ନିଜ ବାଇକରେ ଖବର ସଂଗ୍ରହ କରିବାକୁ ଯାଉ ଥିବା ବେଳେ ଚଳନ୍ତାଗାଡିରେ ଡୋରଖୋଲି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ I ଏହାକୁ ନେଇ କନ୍ଧମାଳ ଜିଲ୍ଲାର ସାମ୍ବାଦିକ ତିବ୍ରନିନ୍ଦା କରିବା ସହ ଆକ୍ରମଣକାରୀ ଅବକାରୀ ଏଏସଆଇ ଶାନ୍ତନୁ ପଟ୍ଟନାୟକଙ୍କ ସମେତ ସଂପୃକ୍ତ ଅବକାରୀ କର୍ମଚାରୀଙ୍କୁ ତୁରନ୍ତ ଗିରଫ ଦାବୀ କରିଛନ୍ତି ସଂଘର ସଭାପତି ଅରୁପ କୁମାର ଜେନା।

0
0
0
s2sdefault