ହେଡଲାଇନସ୍:

3 ଗାଁ କଣ୍ଟେନମେଣ୍ଟ ଓ 11 ଗାଁ ବଫର ଜୋନ ଘୋଷଣା କଲେ ଜିଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହାଟଡିହି(ମକରଧ୍ବଜ ଜେନା) -କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରେ ରବିବାର ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ |  ପରେ ଜିଲାପାଳ ଆଶିଷ ଠାକରେ ହୀରାପୁର,ମୁଗୁପୁର,ସର୍ବେଶ୍ୱରପୁର ଗ୍ରାମ କୁ ରବିବାର ସନ୍ଧ୍ୟା 6 ଟା ରୁ ଆସନ୍ତା 48 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି | ପଞ୍ଚୁଗୋଛିଆ ପଞ୍ଚାୟତ ର 8 ଟି ଗ୍ରାମ ଓ ପଞ୍ଚୁଗୋଛିଆ ପଞ୍ଚାୟତ କୁ ଲାଗିଥିବା ବଂଚୋ ପଞ୍ଚାୟତ ର 3 ଟି ଗ୍ରାମ କୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି |  କଣ୍ଟେନମେଣ୍ଟ ଜୋନ ର 6 ଟି ପ୍ରବେଶ ପଥକୁ ସିଲ କରାଯାଇଛି | ବ୍ଲକ ଓ ଉପଖଣ୍ଡ ର ଅଧିକାରୀ ଙ୍କୁ ନେଇ ଗଠିତ ଟିମ ବିଭିନ୍ନ ଦାଇତ୍ବ ରେ ରହିଥିବା ବେଳେ ସ୍ୱାବ ସଂଗ୍ରହ ଆରମ୍ଭ ହୋଇଛି | 

0
0
0
s2sdefault