ହେଡଲାଇନସ୍:

ଲକ୍ ଡାଉନ୍ ସମୟରେ ଏମଜିନରେଗା ଅନ୍ତର୍ଗତ  ଅଧିକା ଲୋକଙ୍କୁ ନିଯୁକ୍ତି ପାଇଁ ବ୍ୟାପକ ଯୋଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ଅଧିକା ରୁ ଅଧିକା ଗ୍ରାମୀଣ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଅନୁମୋଦିତ କାର୍ଯ୍ୟ ଖସଡ଼ା ମୁତାବକ ବହୁତ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । 

 ଜିଲ୍ଲାରେ ଥିବା ୧୪୯ ଗୋଟି ପଞ୍ଚାୟତ ମଧ୍ୟରୁ ୧୪୬ ଗୋଟି ପଞ୍ଚାୟତରେ ୧୪୨୮ ଗୋଟି ପ୍ରକଳ୍ପ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସେଥି ମଧ୍ୟରୁ ବହୁତ ଗୁଡିଏ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି।

 ଚଳିତ ବର୍ଷ ଏହି ଯୋଜନା ମାଧ୍ୟମରେ ୫୩ ଲକ୍ଷ କାର୍ଯ୍ୟ ଦିବସ ସୃଷ୍ଟି କରିବା ଏବଂ ୧୯୭ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ପ୍ରାକୃତିକ ସମ୍ବଳ ପରିଚାଳନା ଅନ୍ତର୍ଗତ ବିଭିନ୍ନ ଯୋଜନା ଯଥା :- ଜମି ଉନ୍ନତିକରଣ, ପୋଖରୀ ଖନନ ଇତ୍ୟାଦି ହାତକୁ ନିଆଯାଇ ଶ୍ରମ ଦିବସ ସୃଷ୍ଟି ସକାଶେ ପଦକ୍ଷେପ ନିଆଯାଉଛି।

 ବିଭିନ୍ନ ବିଭାଗ ମାନଙ୍କ ମଧ୍ୟରେ ଅନୁମୋଦିତ ପ୍ରକଳ୍ପ ହେଲା ବନୀକରଣ , କୁକୁଡ଼ା ମାନଙ୍କ ପାଇଁ ଘର ତିଆରି କରିବା , ଜିଆ ଖତ ପ୍ରସ୍ତୁତି କରିବା , ଛେଳି ମାନଙ୍କ ପାଇଁ ଘର ତିଆରି କରିବା , ଅଙ୍ଗନବାଡି ଘର ତିଆରି କରିବା, ଚେକ୍ ଡ୍ୟାମ୍ ତିଆରି କରିବା ଓ ସାମୁହିକ କାର୍ଯ୍ୟ ଇତ୍ୟାଦି। ଏହି ସବୁ କାର୍ଯ୍ୟରେ ସାମଗ୍ରୀ ବାବଦରେ ସର୍ବାଧିକ ୪୦ ଭାଗ ଅର୍ଥ ଖର୍ଚ୍ଚ କରିବାକୁ ନିୟମ ଥିଲା ବେଳେ ବଳକା ଅର୍ଥ ଶ୍ରମ ବାବଦରେ ଖର୍ଚ୍ଚ କରିବା ପାଇଁ ନିୟମ ରହିଅଛି। ବର୍ତ୍ତମାନ ଅଣକୁଶଳୀ ଶ୍ରମିକ ଦୈନିକ ୨୦୭ ଟଙ୍କା ପାଇବା ପାଇଁ ନିୟମ ଥିବା ବେଳେ ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ ଦୈନିକ ୩୮୮ ଟଙ୍କା ଦେବା ପାଇଁ ନିୟମ ରହିଅଛି।

  ଏହି ପ୍ରକଳ୍ପ ଗୁଡିକ କିଛି ଦିନ ହେଲା ଆରମ୍ଭ ହୋଇ ଦୈନିକ ୬୫୦୦ କାର୍ଯ୍ୟ ଦିବସ ସୃଷ୍ଟି କରୁଥିଲା ବେଳେ ଆଜି ସୁଦ୍ଧା ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟ ଦିବସ ସୃଷ୍ଟି ହୋଇଛି।   ଆଜି ସୁଦ୍ଧା ଲୋକ ମାନଙ୍କ ଜମା ଖାତାକୁ ୧୫୦ ଲକ୍ଷ ଟଙ୍କା ପ୍ରଦତ୍ତ ହୋଇଥିଲା ବେଳେ ପ୍ରତିଦିନ ୩୫୦ ଗୋଟି ମଷ୍ଟୋର ରୋଳ ବ୍ୟବହାର କରାଯାଉଛି। ଏହି ଯୋଜନାର କାର୍ଯ୍ୟ ଯୋଗାଇ ବର୍ତ୍ତମାନ ଲକ୍ ଡାଉନ୍  ସମୟରେ ଲୋକ ମାନଙ୍କର ଜୀବନ ଜୀବିକାକୁ ବଞ୍ଚାଇବା ହେଉଛି ଏହି ଯୋଜନାର ମୂଳଲକ୍ଷ ।

 

0
0
0
s2sdefault