ହେଡଲାଇନସ୍:

ଏମ୍‌ସିଏଲର ନୂତନ ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ବବନ ସିଂଙ୍କ ଯୋଗଦାନ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ସମ୍ବଲପୁର ମହାନଦୀ  କୋଇଲା କମ୍ପାନୀ (ଏମ୍‌ସିଏଲ)ର ନୂତନ ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଶନିବାର ବବନ ସିଂ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କୁ ଅଧିକାରୀ, କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ୧୯୮୫ରେ ସେ ଧାନବାଦ ଇଣ୍ଡିଆନ ସ୍କୁଲ ଅଫ୍‌ ମାଇନ୍ସରୁ ମାଇନିଂ ଗ୍ରାଜୁଏଟ୍‌। କୋଲ ମାଇନିଂ ସେକ୍ଟରରେ ତାଙ୍କର ୩୫ ବର୍ଷର ଅଭିଜ୍ଞତା ରହିଛି । ଝାଡ଼ଖଣ୍ଡ ସେଣ୍ଟ୍ରାଲ କୋଲଫିଲ୍ଡ ଲିମିଟେଡ, ସାଉଥ୍‌ ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର ବିଭିନ୍ନ ଭୂତଳ ଓ ଖୋଲାମୁହଁ ଖଣିରେ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି। ଭାରତ ସରକାରଙ୍କ ମନ୍ତ୍ରୀ ମଣ୍ଡଳ ନିଯୁକ୍ତି ସମିତି ଦ୍ୱାରା ଅନୁମୋଦନ ମିଳିବା ପରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । 

          ଏହା ପୂର୍ବରୁ ବବନ ଏସଇସିଜେଡ ଚିରିମିରି ଏରିଆର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ଚୀନରେ ହୋଇଥିବା ଇଣ୍ଡିଆନ ମାଇନିଂ କଂଗ୍ରେସରେ ପ୍ରତିନିଧିତ୍ୱ କରିଥିଲେ । ଏଥିସହ ଇଟାଲି, ଫ୍ରାନ୍ସ, ଭେନିସ, ଆମଷ୍ଟରଡାମ, ଫ୍ଲୋରେନ୍ସ ଓ ରୋମ୍‌ ଯାଇ ଖନନ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ହାସଲ କଛନ୍ତି।

0
0
0
s2sdefault