ହେଡଲାଇନସ୍:

ପ୍ରଥମ ଥର ସୁରତ ରୁ ବୋୖଦ୍ଧ ଜିଲ୍ଲା କୁ ଫେରିଲେ 68 ଶ୍ରମିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ବସ ମାଧ୍ୟରେ ଦିନକୁ ଦିନ ଘର ମୁହାଁ ହେଉଛନ୍ତି । ଆଜି ବୌଦ୍ଧ ଜିଲ୍ଲାରେ ପ୍ରଥମ ପ୍ରବାସୀ ଓଡିଆ ସୁରତ ରୁ ଏକ ବସ ଯୋଗେ ପହଁଚିଛନ୍ତି । ଏଥିରେ ବୌଦ୍ଧ ଜିଲାର ୬୮ ଜଣ ରହିଥିବା ବେଳେ କନ୍ଧମାଳ ଜିଲ୍ଲାର ୪ ଜଣ ମିଶାଇ ବସରେ ସମୁଦାୟ ୭୨ ଜଣ ଆସିଥିବା ଜଣାପଡିଛି । ସେମାନେ ଦିର୍ଘ ସମୟଧରି ଅଟକି ରହିଲା ପରେ ପୋଲିସ ସେଠାରେ ପହଁଚି ପଚରା ଉଚରା ଆରମ୍ଭ କରିଛି ।  ତେବେ ତାଙ୍କ ନିକଟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଏପର୍ଯ୍ୟନ୍ତ ପହଁଚି ନାହାନ୍ତି କି ତାଙ୍କୁ କ୍ୱାରେଂଟାଇନ ସେଣ୍ଟର ପଠାଇରେ ତତ୍ପର ଦେଖାଇ ନାହାନ୍ତି । ଯାହା ଫଳରେ ସେମାନେ ପ୍ରଥମେ ବୌଦ୍ଧ ସହର ମଧ୍ୟରେ ଓହ୍ଲାଇ ଏଣେତେଣେ ବୁଲା ବୁଲି କରିବା ପରେ ବୌଦ୍ଧ ପୋଲିସ ପରାମର୍ଶ କ୍ରମେ ବସଟିକୁ ଟାଉନ ବାହାରକୁ ନିଆଯାଇଛି । ତେବେ ପ୍ରବାସୀ ଓଡିଆ ପ୍‌ରତ୍ୟକ ଦିନ ଏହି ବାଟ ଦେଇ ଯାଉଛନ୍ତି । ସବୁ ଜନଗହଳି ପୁର୍ଣ୍ଣ ସ୍ଥାନ ମାନଙ୍କରେ ବସରୁ ଓହ୍ଲାଇ ବିଭିନ୍ନ ଖାଦ୍ୟ ସାମଗ୍ରି କିଣିବା ସହ ବିଭିନ୍ନ ଜଳାସୟ ମାନଙ୍କରେ ଗାଧଉଛନ୍ତି । ଏଭଳି ସ୍ଥିତି ଯଦି ହୁଏ ତେବେ ଜିଲ୍ଲାକୁ ଗ୍ରୀନ ଜୋନ ରୁ ଅରେଞ୍ଜ କିମ୍ବା ରେଡ ଜୋନ ହେବାକୁ ବିଶେଷ ସମୟ ଲାଗିବ ନାହିଁ ।

 

0
0
0
s2sdefault