ଜିଲାକୁ ଫେରିବେ ୬୦ହଜାରରୁ ଉର୍ଦ୍ଧ ପ୍ରବାସୀ ଶ୍ରମିକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଅମିତ ପୁରୋହିତ) : କରୋନା ମୁକାବିଲା ପାଇଁ ସରକାର ଙ୍କ ପକ୍ଷରୁ ଘୋଷିତ ୪୦ଦିନିଆ ତାଲା ବନ୍ଦ କାରଣରୁ ନୂଆପଡା ଜିଲାର ପାଖାପାଖି ୬୦୦୦୦ ଶ୍ରମିକ ଅନ୍ୟରାଜ୍ୟ ଅବା ଅନ୍ୟ ଜିଲାରେ ଫସିରହିଛନ୍ତି । ରାଜ୍ୟସରାକର ଙ୍କ ନିଦେ୍ର୍ଧଶ ମୁତାବକ ବର୍ତ୍ତମାନ ସେମାନଙ୍କୁ ନିଜ ଜିଲାକୁ ଫେରାଇଆଣିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । କିନ୍ତୁ ସମସ୍ତ ପ୍ରବାସୀ ଶ୍ରମିକ ନିଜଜିଲାକୁ ଫେରିବା ପରେ ୧୪ ଦିନିଆ ସଂଗରୋଧରେ ରହିବା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର କଡା ନିଦେ୍ର୍ଧଶାନାମା ଜାରି କରିଛନ୍ତି । ଏହାକୁ ନେଇ ନୂଆପଡା ଜିଲାପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି । ପ୍ରାଥମିକ ସରକାରୀ ସର୍ଭେ  ମୁତାବକ ନୂଆପଡା ଜିଲାକ ୫୬୨୪୧ଜଣ ପ୍ରବାସୀ ଶ୍ରମିକ ଫେରିବାପାଇଁ  ବାଟଚାହିଁବସିଛନ୍ତି । ଏମାନଙ୍କ ମଧ୍ଧରେ ସିନାପାଲି ବ୍ଲକରେ ୧୦୦୮୮ଜଣ, ଖରିାାରବ୍ଲକରେ ୯୦୦୦ଜଣ,ବୋଡେନ ବ୍ଲକରେ ୮୧୪୭ ଜଣ କୋମନାବ୍ଲକରେ୯୭୩୪ଜଣ ଓ ନୂଆପଡା ସଦରବ୍ଲକରେ ୧୯୨୪୭ଜଣ ପ୍ରବାସୀ ଶ୍ରମିକ ଫେରିବାର ଆକଳନ କରାଯାଇଛି ।  ଏହି ପ୍ରବାସୀ ଶ୍ରମିକ ମାନଙ୍କ ଫେରିବା  ସୁନିଶ୍ଚିତ କରାଇବା ଜିଲାପ୍ରଶାସନ ପାଇଁ ଯେତିକି ବଡ ଚ୍ୟାଲେଞ୍ଜ ତାଠାରୁ ବଡ ଚ୍ୟାଲେଞ୍ଜ ହେଉଛି ସେମାନଙ୍କୁ ୧୪ ଦିନିଆ ସଂଗରୋଧରେ ରଖିବା । ଏସମ୍ପର୍କରେ ଭାରପ୍ରାପ୍ତ ନୂଆପଡା ଜିଲାପଞ୍ଚାୟତ ।ଧିକାରୀ ଙ୍କ ସହ ଆଲୋଚନା କରିବାରୁ ଜିଲାରେ  ୨୯ଅପ୍ରେଲ ସୁଦ୍ଧା ୩୭୨୪୪ଜଣ ବ୍ୟକ୍ତି ଫେରିବାପାଇଁ ନାମପଞ୍ଜିକରଣ କରିସାରିଛନ୍ତି ବୋଲି କହିଥିଲେ । ବର୍ତ୍ତମାନ ସମୟରେ ଜିଲାରେ ଏହ  ୩୭ହଜାର ପ୍ରବାସୀ ଶ୍ରମିକଙ୍କୁ ସଂଗରୋଧରେ ରଖିବା ପାଇଁ କୋମନା ବ୍ଲକରେ ୧୨୯ଟି, ଖରିଆରବ୍ଲକରେ ୧୩୫ଟି,ବୋଡେନ ବ୍ଲକରେ  ୧୧୦ଟି ଓ ସିନାପାଲି ବ୍ଲକରେ ୧୨୮ଟି ନୂଆପଡା ବ୍ଲକରେ ୧୪୭ଟି  ଅସ୍ଥାୟୀ ସଂଗରୋଧ କେନ୍ଦ୍ର ଚିହ୍ନଟ କରାଯାଇ ସେଗୁଡିକର ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି । ପ୍ରତ୍ୟକ କେନ୍ଦ୍ରରେ ବିଜୁଳି ସଂଯୋଗ, ଆଲୁଅ ବ୍ୟବସ୍ଥା, ପାଣି ବ୍ୟବସ୍ଥା, ସୁଦ୍ଧପାନୀୟ ଜଳ ପାଇଁ ଫିଲ୍ଟର ବ୍ୟବସ୍ଥା ପ୍ରତ୍ୟକ କୋଠରୀ ରେ ଆବଶ୍ୟକ ସଂଖ୍ୟକ ବିଜୁଳି ପଙ୍ଖା ବ୍ୟବସ୍ଥା ସୁନିଶ୍ଚତ କରାଯାଉଛି । ପଞ୍ଚାୟଟ ମାନଙ୍କରେ ଥିବା ବିଦ୍ୟାଳୟ ଛାତ୍ରାବାସ, ବ୍ୟବହୃତ ହେଉନଥିବା କୋଠା ଗୁଡିକୁ ଚିହ୍ନଟ କରାଯାଇ ଆବଶ୍ୟକିୟ ମରାମତି ରଂଗକରାଯିବା କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯାଉଛି । ପ୍ରତ୍ୟକ ବ୍ୟକ୍ତିପାଇଁ  ସ୍ୱତନ୍ତ୍ର ବାଲଟି ମଗ, ସାବୁନ, ତେଲ, ଟୁଥବ୍ରସ, ଟୁଥ ପେଷ୍ଟ ,ଦୁଇଟି ବେଡରୋଲ, ଦୁଇଟି ତକିଆ ବ୍ୟବସ୍ଥା ମଧ୍ଧ କରାଯାଉଛି । ସରକାର ଙ୍କ ନିୟମ ମୁତାବକ ସଂଗରୋଧ ବ୍ୟକ୍ତିଙ୍କୁ ଖାଦ୍ୟଯୋଗାଇଦିଆଯିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ୧୪ବର୍ଷରୁ ଉର୍ଦ୍ଧବ୍ୟକ୍ତିପାଇଁ ଦୈନିକ ୧୨୦ ଟଙ୍କା ଓ ୧୪ ବର୍ଷରୁ କମ ପିଲାପାଇଁ ୧୦୦ଟଙ୍କା ର ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟଗୁଡିକୁ ତଦାରଖ କରିବା ପାଇଁ  ପାଞ୍ଚଟି ବ୍ଲକରେ ପାଞ୍ଚଟି ଜିଲାସ୍ତରିୟ ଅଧିକାରୀ ଙ୍କୁ  ନୋଡାଲ ଅଧିକାରୀ ଭାବରେ ଦାୟିତ୍ୱ ଦିଆଯାଇଛି ।ନୂଆପଡା ଅତିରିକ୍ତ ଜିଲାପାଳ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଖରିଆର ବ୍ଲକ ଦାୟିତ୍ୱ,ଅତିରିକ୍ତ ଜିଲାପାଳ (ରାଜସ୍ୱ) ଦୁର୍ଗାପ୍ରସାଦ ମହାରଣାଙ୍କୁ ବୋଡେନ ବ୍ଲକ ଦାୟୀତ୍ୱ,ନୂଆପଡା ଉପଜିଲାପାଳ ତରଣିସେନ ନାଏକଙ୍କୁ ସିନାପାଲି ଦାୟୀତ୍ୱ ଜିଲାଗ୍ରାମ୍ୟଉନ୍ନୟନସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପନିଦେ୍ର୍ଧଶକ ମଧୁଛନ୍ଦା ସାହୁଙ୍କୁ କୋମନା ବ୍ଲକ ଦାୟୀତ୍ୱଓ ନୂଆପଡା ସଦର ବ୍ଲକ ଦାୟୀତ୍ୱ ଜିଲାମଙ୍ଗଳ ଅଧିକାରୀ ସନ୍ଧ୍ୟାମାଝୀଙ୍କୁ ପ୍ରଦାନ କରାଯାଇଛି । ଗତକାଲି ପ୍ରଥମ ଦଫାରେ ଜଗତସିଂପୁର ଜିଲାରୁ ବସଯାଗେ ଜିଲାକୁ ୭୦ଜଣ ଶ୍ରମିକ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏମାନଙ୍କୁ ନିଜ ନିଜପଞ୍ଚାୟତରେ ସଂଗରୋଧରେ ରଖିବାର ବ୍ୟାବସ୍ଥା କରାଯାଇଛି ।ଜିଲାପାଳ ମଧୁସ୍ମିତା ସାହୁ ନିଜେ ସବୁକାର୍ଯ୍ୟର ତଦାରଖ କରିବା ସହ ଜିଲାକୁ କୋରୋନା ମୁକ୍ତ ରଖିବାପାଇଁ ଆହ୍ୱାନ ଦେଇଛନ୍ତି । ଏତେସଂଖ୍ୟକ ଶ୍ରମିକ ପ୍ରତ୍ୟାବର୍ତ୍ତନ କଲାପରେ ଉକ୍ତ ଶ୍ରମିକ ମାନଙ୍କୁ କାମଧନ୍ଦଦାଯୋଗାଇଦେବା ମଧ୍ଧ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜରୁପେ ଦେଖାଦେବାର ସମ୍ଭାବନା ରହିଛି । କାରଣ ମାତ୍ର ୧୪ ଦିନର ସଂଗରୋଧ ପରେ ସବୁ ଶ୍ରମିକ ନିଜନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିବେ । ସେତେବେଳେ ଶ୍ରମିକମାନଙ୍କ ପାଖରେ ରୋଜଗାର  ଏକ ବଡସମସ୍ୟା ହୋଇ ଛିଡାହେବାର ଯଥେଷ୍ଟ ସମ୍ଭାବନାରହିଛି । ଜିଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ରୁ ହସ୍ତଗତ ତଥ୍ୟ ମୁତାବକ  ରୁରାଲ ହାଉସିଂ ପ୍ରକଳ୍ପ ଅଧିନସ୍ଥ ଗତ ଆର୍ଥିକ ବର୍ଷର ପାଖାପାଖି ୧୨୦୦ ବାସ ଗୃହ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି ସେହିପରି ନୂଆପଡା  ଜିଲାରେ  ମନରେଗା ଯୋଜନାରେ ୬୮୦ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି । ଆସନ୍ତା ଆର୍ଥିକ ବର୍ଷରେ ଜିଲାରେ ୧୧୦୦ ଟି ଫାର୍ମ ପଣ୍ଡ ଖନନର ଯୋଜନା ରହିଛି  ଏହାଛଡା ଅନ୍ୟାନ୍ୟ  ବିଭାଗରେ ମଧ୍ଧ ଅନେକ ନିର୍ମାଣ କାର୍ଯ୍ୟରହିଛି  । ବର୍ତ୍ତମାନ ପରିପ୍ରେକ୍ଷୀରେ ନୂଆପଡା କୁ ଫେରିବାକୁଥିବା ପ୍ରବାସୀ ଶ୍ରମିକମାନଙ୍କୁ କେତେ ରୋଜଗାର ଯୋଗାଇପାରିବ ତାହା ଦେଖିବାକୁ ବାକିରହିଲା ।

 

0
0
0
s2sdefault