ନୂଆପଡା ଜିଲାରେ ୧୧ରୁ  ରବି ମଣ୍ଡି ଆରମ୍ଭ, ୨୨୦୦୦ କୁଇଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା(ଅମିତ ପୁରୋହିତ ): ନୂଆପଡା ଜିଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଚଳିତ ରବି ଋତୁପାଇଁ ଧାନକ୍ରୟ ସମ୍ବନ୍ଧୀୟ ଜିଲାସ୍ତରିୟ ଆଲୋଚନା ସଭା ସମାପ୍ତ ହୋଇଯାଇଛି ।  ନୂଆପଡା ଜିଲାପାଳ  ମଧୁସ୍ମିତା ସାହୁ ଙ୍କ ଅଧ୍ଧକ୍ଷତାରେ ଆୟୋଜିତ ଏହି ସଭାରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ନୂଆପଡା ଜିଲାପରିଷଦ ଅଧ୍ଧକ୍ଷା  ନମିତା ପ୍ରଧାନ, ନୂଆପଡା ବିଧାୟକ ତଥା ଜିଲାଯୋଜନା ବୋର୍ଡ ଅଧ୍ଧକ୍ଷ  ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,  ନୂଆପଡା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିଦେ୍ର୍ଧଶକ ମଧୁଛନ୍ଦା ସାହୁ,ଜିଲାଯୋଗାଣ ଅଧିକାରୀ ଅଶୋକ କୁମାର ଦାସ,  ନୂଆପଡା ଜିଲା ମୁଖ୍ୟ କୃଷି ଅଧିକାରୀ,ଏଆରସିଏସ ଅଧିକାରୀ  ଭିକାରୀ ଚରଣ ସେଠ, ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ, ମିଲର୍ସ ପ୍ରତିନିଧୀ, ସମସ୍ତ ତହସିଲ ର ତହସିଲଦାର ଜିଲାସ୍ତରିୟ ଅଧିକାରୀ  ପ୍ରମୁଖ ଉପସ୍ଥିତଥିଲେ । ଆଜିର ଏହି ଜରୁରୀ କାଳିନ ସଭାରେ ଚଳିତ ରବିଋତୁରେ ନୂଆପଡା ଜିଲାରେ ଧାନ କ୍ରୟ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।ସାସଂଦ ବସନ୍ତ କୁମାର ପଣ୍ଡା ନୂଆପଡା ଜିଲାରେ ଗତ ଖରିଫ ଋତୁରେ କେତେ ଜମିରେ ଧାନ ଚାଷ କରାଯାଇଥିଲା କେତେ ଧାନ କ୍ରୟ କରିବାର ଲକ୍ଷ ରଖା ଯାଇଥିଲା, କେତେ ଧାନ କ୍ରୟ କରାଯାଇଥିଲାଓ ନୂଆପଡା ଜିଲାର କେତେ ଜଳସେଚିତ କେତେ ଅଣସେଚିତ ଜମିରୁ ଧାନ କ୍ରୟ କରାଯାଇଥିଲା ତାହାର ତଥ୍ୟ ବିଭାଗୀୟ ଅଧିକାରୀ ମାନଙ୍କଠାରୁ ଜାଣିବାକୁ ଚାହିଁ ଥିଲେ । ସେହିପରି ଖରିଆର ବିଧାୟକ ନୂଆପଡା ଜିଲାର ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା ଜଳସେଚିତ ଅଞ୍ଚଳର ତିନୋଟି ପଞ୍ଚାୟତର ଚାଷୀ ମାନଙ୍କ ନାମ ଧାନ କ୍ରୟ ପଞ୍ଜିକରଣରୁ ବାଦ ଦେଇଥିବା ନେଇ ଆପତ୍ତୀ ଉଠାଇଥିଲେ । ଉଭୟ ସାଂସଦ ଓ ବିଧାୟକ ନିଜ ଜମିରେ ଚାଷକରିଥିବା ସମସ୍ତ ଚାଷୀ ଧାନ ବିକ୍ରୀ କରିବାର ଅଧିକାର ଅଛିତେବେ ଜଳସେଚନର ମାଧ୍ଧମ ଯାହାବି ହେଇଥାଉ ବୋଲି କହିବା ସହ ଜିଲାପ୍ରଶାସନ ଉକ୍ତ ଚାଷି ମାନଙ୍କ ଧାନ କ୍ରୟ କରିବା ସୁନିଶ୍ଚିତ କରୁବୋଲି ଦାବୀ କରିଥିଲେ । ଏହାଛଡା ନୂଆପଡା ଜିଲା କଋଷି ଅଧିକାରୀ ଙ୍କ ତଥ୍ୟ ମୁତାବକ ନୂଆପଡା ଜିଲାରେ ୯୮୦୦୦ କୃଷକ ଥିଲାବେଳେ ଗତ ଖରିଫ ଋତୁରେ ୨୩୦୦୦ କୃଷକ ନିଜର ନାମ ପଞ୍ଜିକୃତ କରିଥିଲେ ।  ଏହି ତଥ୍ୟ କୁନେଇ ସାଂସଦ ବସନ୍ତ ପଣ୍ଡା ଚିନ୍ତାବ୍ୟକ୍ତ କରିବା ସହ ପୁରା ସଦନ କୁ ଏବିଷୟର ଗମ୍ଭୀରତା  କୁ ବୁଝି ଏସମ୍ପର୍କରେ ଚିନ୍ତାପ୍ରକଟ କରିବାକୁ ଆନୁରୋଧ କରିଥିଲେ । ଏହାଛଡା ଗତ ଖରିଫ ଋତୁରେ ପ୍ରକୃତଚାଷୀ ଧାନ ବିକ୍ରୟ କରିବାରେ ବିଫଳ ହୋଇଥିଲାବେଳେ ମିଥ୍ୟା ପଞ୍ଜିକରଣ ମାଧ୍ଧମରେ ଧାନ କ୍ରୟ କରାଯାଇଥିଲା ବୋଲି ଉଦ୍ବେଗ ପ୍ରକାଶ ପାଇଥିଲାଓ ଏହାକୁ ଦୁର କରିବାପାଇଁ ସାଂସଦ ଓ ଖରିଆର ବିଧାୟକ ଜୋର ଦେଇଥିଲେ । ନୂଆପଡା ବିଧାୟକ ଧାନ ଅମଳ ପୂର୍ବରୁ ନୂଆପଡା ରେ ହୋଇଥିବା କୁଆପଥର ମାଡ ଜନିତ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟମାଗିବା ସହ ଏସଂକ୍ରାନ୍ତରେ ଜିଲାପ୍ରଶାସନ କଣ ନିଶ୍ପତିନେଇଛନ୍ତି ଜାଣିବାକୁ ଚାହିଁଥିଲେ । ସେହିପରି ଆଲୋଚନା ମାଧ୍ଧାମରେ ବିଭାଗୀୟ ଅଧିକାରୀ ଚଳିତ ରବିଋତୁରେ ନୂଆପଡା ଜିଲାରେ ୮୫୫୫ ହେ ଜମିରେ ଧାନ ଚାଷ କରାଯାଇଛି ଓ ଏହି ଋତୁରେ ୨୨୦୦୦ କୁଇଣ୍ଟାଲ ଧାନ କ୍ରୟ କରାଯିବାର ଲକ୍ଷ ରଖାଯାଇଛି ବୋଲି ଜଣାଇଥିଲେ । ଆଲୋଚିତ ତଥ୍ୟ ମୁତାବକ ନୂଆପଡା ଜିଲାରେ ଚଳିତଋତୁରେ ୨୬ଟି ସୋସାଇଟିର ୨୯ଟି ଧାନ କ୍ରୟ କେନ୍ଦ୍ରଓ ୧୪ଟି ଏସଏଚଜି ମାଧ୍ଧମରେ ଧାନକ୍ରୟ କରାଯିବ ବୋଲି ଜଣାଇଥିଲେ । ସେହିପରି ଚଳିତ ଋତୁ ରେ ଜିଲାର ୭୩୪୪ଜଣ କୃଷକ ଦାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଛନ୍ତି । ଆସନ୍ତା ୧୦ ଅପ୍ରେଲରୁ ନୂଆପଡା ଜିଲାରେ ମଣ୍ଡି ଆରମ୍ଭ କରିବା ପାଇଁ ଲକ୍ଷଧାର୍ଯ୍ୟ କରାଯାଇଥିଲାବେଳେ ପ୍ରତ୍ୟକ ଧାନ କ୍ରୟ କେନ୍ଦ୍ରରେ ପ୍ରତ୍ୟହ ୩୦ ଜଣ ଚାଷିଙ୍କଠାରୁ ଧାନ ଉଠାଇବାକୁ ନିଶ୍ପତି ହୋଇଥିଲା ।  ପ୍ରତ୍ୟକ କେନ୍ଦ୍ରରେ କୋରୋନା ମୁକାବିଲା ଜନିତ ମାସ୍କ, ସାନିଟାଇଜର ବ୍ୟବସ୍ଥା କରିବାଉପରେ ମଦ୍ଧ ଗୁରୁତ୍ୱ ପ୍ରଦାନ କରାଯାଇଥିଲା. ରବିଋତୁରେ ଧାନକ୍ରୟ ଲକ୍ଷ କମଥିବାରୁ ପ୍ରତ୍ୟକ ଧାନକ୍ରୟ କେନ୍ଦ୍ର ସପ୍ତାହରେ ଅନ୍ୟୁନ ୫/୬ଦିନ ଚାଲୁରଖିବା ପାଇଁ ନୂଆପଡା ବିଧାୟକ ପ୍ରସ୍ତାବ ଦେଇଥିଲେ । ସେହିପରି ଖରିଆର ବିଧାୟକ ପ୍ରତ୍ୟହ କେନ୍ଦ୍ର କୁ ଆସୁଥିବା ଧାନ ସମ୍ପୃକ୍ତ ଦିନ ହିଁ କେନ୍ଦ୍ରରୁ ଉଠିବା ସୁନିଶ୍ଚିତ କରିବାକୁ ଜିଲାଯୋଗାଣ ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ । ମିଲର୍ସ ପ୍ରତିନିଧି ମିଲର୍ସମାନଙ୍କ କ୍ଷମତା ମୁତାବକ ସେମାନଙ୍କୁ ଧାନକେନ୍ଦ୍ର ଆବଣ୍ଟନ କରିବା ପାଇଁ ଅନୁରøାଧ କରିଥିଲାବେଳେ ଆବଶ୍ୟକ ପଡିଲେ ଜିଲାବାହାର ମିଲର୍ସଙ୍କୁ ଧାନ କ୍ରୟ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ଏସମ୍ପର୍କରେ ନୂଆପଡା ଜିଲାପାଳ ସରକାର ଙ୍କ ଠାରୁ ଅନୁମତି ମଗାଯାଇଛି ଆବଶ୍ୟକ ମୁତାବକ ପଡୋଶୀ ଜିଲାର ମିଲର୍ସଙ୍କୁ ମଧ୍ଧ ଅନୁମତି ପ୍ରଦାନ କରାଯିବ ବୋଲି ସଦନ କୁ ଜଣାଇଥିଲେ ।  ପରିଶେଷରେ ଯୋଗାଣ ଅଧିକାରୀ  ଧନ୍ୟବାଦ ପ୍ରଦାନ କରିଥିଲେ ।

0
0
0
s2sdefault