ହେଡଲାଇନସ୍:

ପାଟଣାଗଡ ବ୍ଳକ ଅଞ୍ଚଳରେ ଥିବା ସଂଗରୋଧ ୱାର୍ଡ ବୁଲିଲେ ବିଧାୟକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାଟଣାଗଡ/ ସ୍ୱତନ୍ତ୍ର ପ୍ରତିନିଧି ବିମଳ କୁମାର ବାଗ: କରୋନା ଭୟାଭୟକୁ ଦେଖି କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ତାଲାବନ୍ଦ ପଡିଛି। ସଙ୍କଟର ସମୟରେ ଡାକ୍ତର, ପୋଲିସ, ସାମ୍ବାଦିକ, ସ୍ବେଚ୍ଛାସେବୀ, ବିଦ୍ୟୁତ ବିଭାଗ କର୍ମଚାରୀ, ସଫେଇ କର୍ମଚାରୀ ଓ ସାଂସଦ, ବିଧାୟକମାନେ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ସୁନାମୁଦୀ, ଦେଉଳଗାଁ, ତମିଆ, ଭରତବାହଲ, ଫଟାମୁଣ୍ଡା, ଲରମ୍ଭା, ଡାଙ୍ଗବାହାଲ, ଗେରଡ଼ା , ଖୁରସେଲ, ଖୁଂଟସମଲେଇ, ଘଷିଆନ ପଞ୍ଚାୟତ ଗୁଡିକରେ ଚାଲିଥିବା କୋଭିଡ-୧୯ ସଂଗରୋଧ ୱାର୍ଡ ପରିଦର୍ଶନ କରିଥିଲେ ଏବଂ ଆଗାମୀ ଦିନରେ ବାହାର ରାଜ୍ୟକୁ ଯାଇଥିବା ଦାଦନ ଶ୍ରମିକ ମାନେ ଫେରିଲେ ସେମାନଙ୍କ ସମସ୍ତ ସୁବ୍ୟବସ୍ଥା କିପରି ହେବ ସେ ବିଷୟରେ ସରପଞ୍ଚ ଓ ପଞ୍ଚାୟତ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଗ୍ରାମବାସୀଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଥିଲେ।

0
0
0
s2sdefault