ହେଡଲାଇନସ୍:

ହାଟଡିହୀ ପଞ୍ଚାୟତରେ ଘର ଘର ବୁଲି ସଚେତନ କଲେ ସରପଞ୍ଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ହାଟଡିହି/ ମକରଧ୍ବଜ ଜେନା -କେନ୍ଦୁଝର ଜିଲ୍ଲା ହାଟଡ଼ିହି  ବ୍ଲକ ହାଟଡହୀ ପଞ୍ଚାୟତ ସରପଞ୍ଚ ଅନସୂୟା ସେଠି ଶୁକ୍ରବାର ବିଭିନ୍ନ ଗ୍ରାମକୁ ଯାଇ ଘର ଘର ବୁଲି  କରୋନା ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇ ଥିଲେ | ପିଲାମାନଙ୍କୁ ଖେଳିବା ପାଇଁ ବାହାରକୁ ନ ଛାଡ଼ିବା, ସରକାରୀ ନୀତି ନିୟମକୁ ପାଳନ କରିବା, କୌଣସି ଜରୁରୀ କାମ ନ ପଡିଲେ ବାହାରକୁ ନ ବାହାରିବା, ସାମାଜିକ ଦୂରତା ରଖି ଚଳିବା ପାଇଁ ଲୋକ ଙ୍କୁ କହିଥିଲେ | ସରପଞ୍ଚ ଅଣା, ମଠଡାହି,ତରାଗଡିଆ, କୁଣ୍ଡିସାହି, ଖାଣ୍ଟପଦା, ମୁଦୁଲିସାହି, ପ୍ରଭୃତି ଗ୍ରାମକୁ ଯାଇ ସଚେତନ କରାଇଥିଲେ | ପଞ୍ଚାୟତରେ  ଆଇସୋଲେସନ କେନ୍ଦ୍ର ମଧ୍ୟ ଖୋଲା ଯାଇଛି | ପଞ୍ଚାୟତ ତରଫରୁ ଲୋକଙ୍କୁ ବିଭିନ୍ନ ସରକାରୀ ସାହାଯ୍ୟ ସହାୟତା ଯୋଗେଇ ଦିଆଯାଇଛି | ଅପରପକ୍ଷେ ହାଟଡିହି ଦମକଳ ବାହିନୀ ତରଫରୁ ଛେନାପଦି ବଜାର କୁ ସାନିଟାଇଜ କରାଯାଇଛି |

0
0
0
s2sdefault