ହେଡଲାଇନସ୍:

ଗୋଲିଆ ପଞ୍ଚାୟତରେ ଆର.ବି.ଏସ.କେ. ଟିମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର.ବି.ଏସ.କେ. ଟିମ ଗୁରୁବାର ଦିନ ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତର ୩ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏହି ମେଡିକାଲ ଟିମରେ ଡାକ୍ତର ପଦାରବିନ୍ଦ ଷଡଙ୍ଗୀ, ଡାକ୍ତର ଚିନ୍ମୟୀ ସାମନ୍ତରା ଓ ଡାକ୍ତର ହିମାଂଶୁ ଶେଖର ପଣ୍ଡା ଗୋଲିଆ ପଞ୍ଚାୟତର ଗୋଲିଆ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଚିରିକିପଡ଼ା ସ୍କୁଲ, ଏହି ତିନି ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଭୁବନେଶ୍ୱରରୁ ଫେରି ସଙ୍ଗରୋଧରେ ଥିବା ସାତ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ୭ ଜଣ ଙ୍କ ମଧ୍ୟରୁ ଗୋଲିଆ ହାଇ ସ୍କୁଲରେ ଜଣେ, ଆଦର୍ଶ ବିଦ୍ୟାଳୟରେ ୫ ଜଣ ଓ ଚିରିକିପଡା ସ୍କୁଲରେ ଜଣେ ସଙ୍ଗରୋଧରେ ଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଏବଂ କୌଣସି ବ୍ୟକ୍ତିଙ୍କ କରୋନା ସଂକ୍ରମଣର ଲକ୍ଷଣ ନଥିବା ଡାକ୍ତର ଶ୍ରୀ ଷଡଙ୍ଗୀ ପ୍ରକାଶ କରିଛନ୍ତି। ଏହି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ଗୋଲିଆ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ୧୯ ମହିଳା ସ୍ୱାସ୍ଥ୍ୟ କର୍ମୀ ସହଯୋଗ କରିଥିଲେ।

 

0
0
0
s2sdefault