ହେଡଲାଇନସ୍:

ଆଉଜଣେ କରୋନା ଯୋଦ୍ଧା : କରୋନା ପାଇଁ ବିବାହ କଲେନି ଫାୟାର ମ୍ୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୋୖଦ୍ଧ(ସିମୁନ୍ ନାଏକ) : କରୋନା ପାଇଁ ସମସ୍ତେ ତତ୍ପର । ବିଶେଷ କରି କରୋନା ଯୁଦ୍ଧରେ ଯେଉଁ ମାନେ ଜଣେ ଜଣେ ଯୋଦ୍ଧା ସେମାନେ ନିଜ ଜୀବନକୁ ବାଜି ଲଗେଇ କର୍ତ୍ତବ୍ୟ  କରି ଚାଲିଛନ୍ତି । ଆମେ କହୁଛୁ ଏମିତି ଏକ ଯୋଦ୍ଧାଙ୍କ କଥା ଯିଏ ନିଜ ବିବାହ କୁ ଭୁଲି କର୍ତ୍ତବ୍ୟ କରି କରୋନା ପାଇଁ ଲଢ଼ୁଛନ୍ତି । ବିବାହ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସାରିଥିଲେ ଵି ବିବାହ ପାଇଁ  ମନା କରିଛନ୍ତି ଓ କରୋନା ଯୁଦ୍ଧରେ ବିଜୟ ନହେବା ପର୍ଯ୍ୟନ୍ତ ବିବାହ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । 

ଏହି କରୋନା ଯୋଦ୍ଧାଙ୍କ  ଇଏ ହେଉଛନ୍ତି କରନା ଅନ୍ୟତମ ଯୋଦ୍ଧା ସଚିନ କୁମାର ପଟେଲ । ଆଜକୁ 7 ବର୍ଷ ହେବ ସେ ଅଗ୍ନିଶ୍ରମ ବିଭାଗ ରେ ଫାୟାର ମ୍ୟାନ ଭାବେ କାର୍ଯ୍ୟ କରନ୍ତି । ଆଉ ଦିନ ପାରେ ବାଜି ଥାନ୍ତା ସାହାନାଇ , ବାଜିଥାନ୍ତା ଶଙ୍ଖ । ବନ୍ଧୁ ପରିଜନ ଗହଳି ରେ ହସି ଉଠିଥାନ୍ତା ଘର । କିନ୍ତୁ କରନା ନୁହେଁ ନିଜ ମାନବିକତା ହିଁ ସବୁ କିଛି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା । ବିବାହ ପାଇଁ ନିମନ୍ତ୍ରଣ ପତ୍ର ଠାକୁର ଙ୍କ ପାଖରେ ପୂଜାର୍ଚନା କରି ବନ୍ଧୁବାନ୍ଧବ କୁ ନିମନ୍ତ୍ରଣ ସାରିଥିଲା ସଚିନ । ଏପରିକି ସରକାରୀ ଛୁଟି ପାଇଁ ଆବେଦନ କରି ସ୍ୱୀକୃତି ମଧ୍ୟ ମିଳିଥିଲା । ହେଲେ କରୋନା ପାଇଁ ନିଜ ବିବାହ କୁ ବନ୍ଦ କରୀ ଯୁଦ୍ଧ ରେ ନିଜକୁ ସମର୍ପଣ କରିଥିଲେ । ଯଦି ଜଣେ କର୍ମଚାରୀ ଅଭାବ ରେ ଯୁଦ୍ଧ ପ୍ରଭାବିତ ହୁଏ ନିଜକୁ ନିଜେ କ୍ଷମା କରିପାରିବେ ନାହି ବୋଲି କହିଛନ୍ତି ସଚିନ । ବୋୖଦ୍ଧ ଜିଲ୍ଲା ହରଭଙ୍ଗା ଦମକଳ କେନ୍ଦ୍ର ରେ ଆଜକୁ 7 ବର୍ଷ ହେବ ସଚିନ କାମ କରନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେ ନିଜ ଘର । ମାତା  ସବିତା ପଟେଲ ଓ କୁଶଧ୍ୱଜ ପଟେଲଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ସଚିନ । ସଚିନଙ୍କ ବାହାଘର ବଲାଙ୍ଗିର ଜିଲ୍ଲା କଷାବାହାଲ ବିରେନ୍ଦ୍ର ନାୟକ ଙ୍କ ଝିଅ ପ୍ରଣତି ଙ୍କ ସହିତ ବିବାହ ସ୍ଥିର ହୋଇଥିଲା । ପିତାମାତାଠୁ ଆରମ୍ଭ କରି ସମସ୍ତେ ଏଥି ପାଇଁ ଖୁସି ଥିଲେ । ମାତ୍ର ସଚିନ ଙ୍କ ବିଷ୍ପତି ପ୍ରଥମେ ସମସ୍ତ ଙ୍କୁ ଚକିତ କରିଥିଲେ ଵି ପରେ ସ୍ୱାଗତ କରିଥିଲେ । ସଚିନଙ୍କ ଏହି ମହନିୟତା ପାଇଁ  ସାରା ଜିଲ୍ଲା ପ୍ରସଂସା କରୁଥିବା ବେଳେ ବିଭାଗ ର ସାଥୀ ମାନେ ବହୁତ ଗର୍ବ ଅନୁଭବ କରୁଥିବା କହିଛନ୍ତି ।

0
0
0
s2sdefault