ହେଡଲାଇନସ୍:

ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ରବିଋତୁ ଧାନ ସଂଗ୍ରହ ପାଇଁ ଆଜି  ସମ୍ବଲପୁର ଜ଼ିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷରେ ଅନୁଷ୍ଠିତ  ଏହି ବୈଠକରେ ଆସନ୍ତା ମଇ 11 ତାରିଖରୁ ରବିଋତୁ ଧାନ ସଂଗ୍ରହ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ସେହିପରି ଏଥର 51ଟି ମାର୍କେଟ୍‌ ୟାର୍ଡ଼ରେ 30ଟି ପ୍ୟାକ୍ସ ଜରିଆରେ ଯୋଗାଣ ନିଗମ ଧାନ ସଂଗ୍ରହ କରିବ ଏବଂ କଷ୍ଟମ ମିଲିଂ ମାଧ୍ୟମରେ ମିଲର୍ସ ସାମିଲ ହେବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଜୁନ୍‌ 30 ତାରିଖ ସୁଦ୍ଧା ଧାନ ସଂଗ୍ରହ ପ୍ରକ୍ରିୟା ଶେଷ କରିବାକୁ ଥିବା ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ । ତେବେ ଏକର ପ୍ରତି କେତେ ପରିମାଣରେ ଧାନ ସଂଗ୍ରହ ହେବ, ତାହା ବୈଠକରେ ଚୂଡ଼ାନ୍ତ ହୋଇପାରି ନ ଥିଲା । ଗତଥର ଏକର ପ୍ରତି 26 କୁଇଣ୍ଟାଲ ନିର୍ଦ୍ଧାରିତ ହୋଇଥିଲା। ତେବେ ଏହି ପରିମାଣ ଏଥର ବୃଦ୍ଧି କରି ସାଢେ 28 କୁଇଣ୍ଟାଲ କରିବାକୁ  ଚାଷୀମାନେ ଦାବି ଉପସ୍ଥାପନ କରିଥିଲେ । କୋଭିଡ୍‌-19 ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡିରେ ପ୍ରତ୍ୟେକ ଦିନ କେବଳ 35 ଜଣ ଚାଷୀ ଧାନ ବିକ୍ରି କରି ପାରିବେ ବୋଲି ସୂଚନା ଦିଆଯାଇଥିଲା । ସେହିପରି ଚାଷୀମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ ସହିତ ମାସ୍କ, ରୁମାଲ, ଗାମୁଛାରେ ମୁହଁକୁ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ଏଥର ଧାନ ଅମଳବେଳେ ଶ୍ରମିକ ଅଭାବ ପରିସ୍ଥିତି ଆଶଙ୍କା ରହିଥିବା ଯୋଗୁଁ   ବାହ୍ୟ ଜିଲାରୁ ଶ୍ରମିକଙ୍କ ପ୍ରବେଶ ଉପରେ ସୁଯୋଗ ଦେବା ପାଇଁ ଚାଷୀ ପ୍ରତିନିଧିମାନେ ମତପ୍ରକାଶ କରିଥିଲେ । ଜ଼ିଲ୍ଲାପାଳ ଶୁଭମ ସକ୍ ସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ   କୁଚିଣ୍ଡା ବିଧାୟକ କିଶୋର ନାୟକ, ରେଙ୍ଗାଲି ବିଧାୟକ ନାଉରି ନାୟକ, ଜ଼ିଲ୍ଲା ପରିଷଦ ସଭାପତି ରା଼ଧେଶ୍ୟlମ  ବାରିକ, ରେଢ଼ାଖୋଲ ବିଧାୟକଙ୍କ ପ୍ରତିନିଧି ଗୋପୀ ରଞ୍ଜନ ବେହେରା, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ସମୀର ରଞ୍ଜନ ବାବୁ, ଜ଼ିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠ୍, ଡ଼ିଆରସିଏସ  ଲିଙ୍ଗରାଜ ନାୟକ ଙ୍କ ସମେତ ଚାଷୀ ପ୍ରତିନିଧି  ଅଶୋକ ପ୍ରଧାନ, ବ୍ୟୋମକେଶ ଠାକୁର ଏବଂ ମିଲର୍ସ ପ୍ରତିନିଧି ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault