ହେଡଲାଇନସ୍:

ଦାରିଦ୍ର୍ୟ ବୋଝକୁ ଲକ ଡାଉନର ନଳିତା ବିଡା, ଆଖି ବୁଜିଦେଲେ କଣ୍ଢେଇ ବାପୁଡ଼ା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଦାରିଦ୍ର୍ୟ ନେଲା ନାବାଳିକାର ଜୀବନ । କୁକୁର କାମୁଡ଼ିବା ପରେ ପରିବାରର ଉପଯୁକ୍ତ ଚିକିତ୍ସା ଅଭାବରୁ ନାବାଳିକାର ଜୀବନ ଗଲା । ଏହିଭଳି ଏକ ଦୁଃଖଦାୟକ ଘଟଣା ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୭ ମଧୁବନ ଡ଼ଙ୍ଗାସାହିରେ ପରିଲକ୍ଷିତ ହୋଇଛି ।

 ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପୌରପରିଷଦର ମଧୁବନ ଡ଼ଙ୍ଗାସାହି ଅଞ୍ଚଳରେ ଏକ ସ୍ୱାମୀ ପରିତ୍ୟକ୍ତା ତଥା ମାନସିକ ରୋଗୀ(ପାଗଳୀ) ଲିପି ବେହେରା ବାପ ଘରେ ଆଶ୍ରୟ ନେଇଥିବା ବେଳେ ତାଙ୍କର କଣ୍ଢେଇ ବେହେରା ନାମରେ ୬ ବର୍ଷ ବୟସର ଝିଅ ରହିଥିଲା । କଣ୍ଢେଇ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢ଼ୁଥିଲା । ବର୍ତ୍ତମାନ କରୋନାକୁ ନେଇ ଲକ୍ ଡ଼ାଉନ ଜାରି ରହିଥିବା ସମୟରେ ପ୍ରାୟ ୨୦ ଦିନ ପୂର୍ବେ କଣ୍ଢେଇକୁ ବୁଲା କୁକୁର କାମୁଡ଼ି ଦେଇଥିଲା । ଘରେ କଣ୍ଢେଇର ପାଗଳୀ ମା’ ସହିତ ବୃଦ୍ଧା ଆଈ ଓ  ବୃଦ୍ଧ ଅଜାକୁ ମିଶାଇ ୪ ପ୍ରାଣୀ କୁଟୁମ୍ବ ।  ବୃଦ୍ଧ ଅଜା ଶରତ ଚନ୍ଦ୍ର ସାହୁ(୭୫) ଭିକ୍ଷାବୃତ୍ତି କରି ଯାହା ନେଇ ଆସିଥାନ୍ତି  ସେଥିରେ ପରିବାର ମୁହଁରେ ଦୁଇ ବେଳା ଆହାର ଯୋଗାଇବା କଷ୍ଟକର ହୋଇଥାଏ । ଏହି ଭଳି ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା ବେଳେ କଣ୍ଢେଇକୁ ହସପିଟାଲକୁ ନେଇ ଚିକିତ୍ସା ଯୋଗାଇ ଦେବା ସମ୍ଭବ ହୋଇପାରିନଥିଲା । ଏଣେ କୁକୁର କାମୁଡ଼ିବା ପରେ କଣ୍ଢେଇ ରାବିଶ୍(ହାଇଡ୍ରୋ ପୋବିଆ) ସଂକ୍ରମଣର ଶିକାର ହୋଇ ଜ୍ୱଳାନ୍ତକ ରୋଗରେ ପଡ଼ିତ ହୋବା ସହ  ଚିକିତ୍ସା ପାଇ ନ ପାରିବାରୁ ଜୀବନ ଯୁଦ୍ଧରେ ପରାସ୍ତ ହୋଇ ସବୁ ଦିନ ନିମନ୍ତେ ଆଖିବୁଜି ଦେଇଛି । ବର୍ତ୍ତମାନ ବୃଦ୍ଧ ଆଜା ହିନ୍ଦୁ ଧର୍ମ ଓ ପରମ୍ପରା ଅନୁସାରେ ନିଜ ନାତୁଣୀର ଅନ୍ତିମ ସଂସ୍କାର ସହିତ ଶୁଦ୍ଧକ୍ରିୟା କରିବାକୁ ସକ୍ଷମ ନାହାନ୍ତି । ଏଣେ ପାଗଳୀ ଝିଅକୁ ନେଇ ଚିନ୍ତାରେ । ତେଣୁ ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତି ବିଶେଷ ସହାୟତାର ହାତ ବଢ଼ାଇ ଆଗେଇ ଆସିବାର ଆବଶ୍ୟକତା ଦେଖାଦେଇଛି ।

 

0
0
0
s2sdefault