ହେଡଲାଇନସ୍:

କରୋନାରେ ସାମ୍ବାଦିକଙ୍କ ଦେହାନ୍ତ ହେଲେ ୧୫ ଲକ୍ଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ସ୍ୱାଗତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଯୋଗୁ ସାରା ବିଶ୍ୱରେ ଏକ ବିରାଟ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଲୋକଙ୍କୁ ସଚେତନ କରିବା ପାଇଁ ସାମ୍ବାଦିକମାନେ ନିରବଛିନ୍ନ ଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି ନିଷ୍ଠାର ସହ | ରାଜ୍ୟ ସରକାର ସବୁ କରୋନାଲଢ଼େଇରେ ସାମିଲ ହୋଇଥିବା ପ୍ରତ୍ୟେକ ଯୋଦ୍ଧାଙ୍କ ପାଇଁ ବୀମା ଘୋଷଣା କରିଥିବା ବେଳେ ଆଜି  କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ବୀମା ରାଶି ଘୋଷଣା କରିଛନ୍ତି | ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି ତେବେ ସେ କ୍ଷେତ୍ରରେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି | 

ମୁଖ୍ୟମନ୍ତ୍ରୀଙ୍କ ଏଭଳି  ଘୋଷଣାକୁ ସ୍ୱାଗତ କରିଛନ୍ତି ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସ୍ୱାଗତ କରିଛନ୍ତି | ସେ କହିଛନ୍ତି " କରୋନା ଆଜି ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି |  ଏକ୍ଷେତ୍ରରେ ପୋଲିସ , ଡାକ୍ତରଙ୍କ ଠାରୁ ଆରମ୍ଭ କରି ଆମ ସାମ୍ବାଦିକ ଭାଇ ମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି | ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି |  ଆଉ ଆଶା କରୁଛି ଏହି ବୀମା ରାଶି ଦ୍ୱାରା ସାମ୍ବାଦିକମାନେ ଉପକୃତ ହୋଇପାରିବେ | " 

0
0
0
s2sdefault