ହେଡଲାଇନସ୍:

ଗୋବିନ୍ଦଙ୍କ ପାଇଁ କୋବିଦ ଅହନ୍ତା : ଅନିଶ୍ଚିତତାରେ ଶ୍ରୀଜୀଉଙ୍କ ରଥଯାତ୍ରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଭୁବନେଶ୍ୱର(ଶାସକ ପ୍ରଶାସକ) :  ସକାଳେ ଆଜି ଦିନର ବୈଠକ ପରେ ଆପାତତଃ ସାମ୍ବାଦିକ ସମ୍ମିଳନୀରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଡ଼ କ୍ରିଷନ କୁମାରଙ୍କ ଉପସ୍ଥିତିରେ  ଗଜପତି ଦିବ୍ୟସିଂହ ଦେବ ଆଭାସ ଦେଇ ଦେଇଥିଲେ ରଥଯାତ୍ରା ପୂର୍ବର ଦେବନୀତି କେମିତି ହେବ | ହେଲେ ଶ୍ରୀମନ୍ଦିର ପରମ୍ପରା ଯେହେତୁ ଧର୍ମୀୟ ଭାବନା ଓ ଚେତନା ଉପରେ ପର୍ଯ୍ୟବସିତ ତେଣୁ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଗଜପତି କହିଥିଲେ |

ଗୋବର୍ଦ୍ଧନ ପୀଠରେ ବୈଠକ  ୭ଟାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବୈଠକ ହେଲା । ଗଜପତି ମହାରାଜା,  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ, ଏସପି, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଉର୍ଧ୍ଵ ସମୟ ଧରି ମାନସ ମନ୍ଥନ ପରେ  ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ କହିଥିଲେ ଯେ କରୋନା ପରିପ୍ରେକ୍ଷୀରେ ସରକାରଙ୍କ ନିୟମକୁ ଅନୁପାଳନ କରାଯିବା ସହ  ମହାପ୍ରଭୁଙ୍କ ପରମ୍ପରା ଓ ନୀତିକାନ୍ତି ବନ୍ଦ ନ ହେଉ । ବିଧି ରକ୍ଷା ହେଉ । ଲକ ଡାଉନ ଅବଧି  ମେ ୩ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ପାଳନ କରାଯାଉ |  ମେ ୩ ତାରିଖରେ ଲକ୍ ଡାଉନ୍ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ବିଶେଷକରି ସମୟ ଅନୁକୂଳ ନ ରହିଲେ ରଥଯାତ୍ରା ପାଳନର ବିକଳ୍ପ ଖୋଜାଯିବ ବୋଲି ସ୍ପଷ୍ଟ ହୋଇଯାଇଛି ।

ଏହି ବୈଠକ ପରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁଯାୟୀ ରଥଯାତ୍ରା ପ୍ରସ୍ତୁତିର ପ୍ରାରମ୍ଭିକ ବିଧି ବା ଅକ୍ଷୟ ତୃତୀୟା ରଥ ଅନୁକୂଳ ବିଧି ରଥ ଖାଲ ବଦଳରେ ଚଳିତବର୍ଷ ଶ୍ରୀମନ୍ଦିର ଭିତରେ ଅର୍ଥାତ ଶ୍ରୀମନ୍ଦିର ମେଘନାଦ ପାଚେରୀ ଭିତରେ କରାଯିବାକୁ ନିଷ୍ପତ୍ତି ହୋଇଛି । ୨୧ ଦିନିଆ ଚନ୍ଦନ ଯାତ୍ରା ବି ଶ୍ରୀମନ୍ଦିର ଭିତରେ ପାଳନ କରିବାକୁ ଯୋଜନା କରାଯାଇଛି । ଏ ବିଷୟରେ ସେବାୟତମାନଙ୍କ ସହ ଆସନ୍ତା କାଲି  ଆଲୋଚନା କରାଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ  ।

 ଆଜି ଦିନବେଳେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି ସଦସ୍ୟ ଏବଂ ସେବାୟତମାନଙ୍କର ବୈଠକ ବସିଥିଲେ ଆଇନ ଗତ କଟକଣା କାରଣରୁ କିଛି ଚୂଡାନ୍ତ ହୋଇପାରିନଥିଲା  । ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରି କଣ କଣ ବିଧି ସମ୍ମତ ଭାବେ କରାଯାଇପପାରିବ ତାହା ସ୍ଥିର କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା | କରୋନା କଟକଣା ଯଦି ଆଗକୁ   ଆବଶ୍ୟକ ପଡିଲେ ରଥଯାତ୍ରା କରାନଯାଇ ତାହାର ବିକଳ୍ପ ଚିନ୍ତା କରାଯାଇପାରେ ବୋଲି ମଧ୍ୟ ଚିନ୍ତା କରାଯାଉଥିବା କିଛି ସେବାୟତ ପ୍ରକାଶ କରିଛନ୍ତି | କାରଣ ବିଭିନ୍ନ କାରଣରୁ ଶ୍ରୀଜୀଉଙ୍କ ରଥଯାତ୍ରା ବିଭିନ୍ନ ସମୟରେ ମଧ୍ୟ କରାନଯିବାର ନଜିର ରହିଛି | 

 

0
0
0
s2sdefault