ହେଡଲାଇନସ୍:

ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଭିନ୍ନ ଗ୍ରାମର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପରିଦର୍ଶନ କଲେ ଉପଜିଲ୍ଲାପାଳ

ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଆଜି ସନ୍ଧ୍ୟା ସମୟରେ ଜଗଡଲପୁର ଥାନା ଅନ୍ତର୍ଗତ ଧଉରାଭଟା ଗ୍ରାମ ନିକଟରେ  ଅସ୍ଥାୟୀ ଭାବରେ ରହୁଥିବା କିଛି ମହାରାଷ୍ଟ୍ର ର 16 ଜଣ ଶ୍ରମିକ ଶ୍ରେଣୀର ଲୋକ ମାନଙ୍କୁ 15 ଦିନର ଶୁଖିଲା ଖାଦ୍ୟ ସାମଗ୍ରୀ ଯଥା ଅଟା, ଡାଲି ତେଲ , ସୋୟବିନ ବଡି , ଆଳୁ , ଲୁଣ , ମସଲା ଆଦି ପ୍ରଦାନ କରିଥିଲେ । ଉକ୍ତ ଲୋକମାନେ ଝାରବନ୍ଧ ଅତିରିକ୍ତ ତହସିଲଦାର ଶ୍ରୀ ପାର୍ଶୁରାମ ଅର୍ଯ୍ୟନ ପଣ୍ଡା ଙ୍କର ନିକଟରେ ନିବେଦନ କରିଥିଲେ ଯେ ସେମାନଙ୍କୁ ଭାତ ଖାଇବାକୁ ଅସୁବିଧା ହେଉଛି । ଏହି ଖବର ପାଇବା ପରେ ମଙ୍ଗଳ TVS ର ମାଲିକ ଶ୍ରୀ ସୁମିତ କୁମାର ଅଗ୍ରୱାଲ ଏହି ଶ୍ରମିକ ମାନଙ୍କର ନିମନ୍ତେ ଅଟା ଓ ଅନ୍ୟାନ୍ୟ ସାମଗ୍ରୀ ର ବ୍ୟବସ୍ଥା କରିଥିଲେ । ଉପଜିଲ୍ଲାପାଳ ଙ୍କର ଜରିଆରେ ଆଜି ସେମାନଙ୍କୁ ଏହି ଖାଦ୍ୟ ପ୍ରଦାନ କରାଯିବା ଅବସରରେ ଜଗଡଲପୁର ଥାନା ଅଧିକାରୀ ଶ୍ରୀମତୀ ଲିଲିମା ଲଳିତା ବାର୍ଳା ଓ ମଙ୍ଗଳ TVS ର ଶ୍ରୀ ସୂର୍ଯ୍ୟ ନାରାୟଣ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଉପଜିଲ୍ଲାପାଳ ସରେଇକେଲା ଠାରେ ସରକାର ଙ୍କର ଦ୍ୱାରା ଅସହାୟ ଲୋକଙ୍କର ନିମନ୍ତେ ରନ୍ଧା ଖାଦ୍ୟ ପ୍ରସ୍ତୁତି କେନ୍ଦ୍ର କୁ ପରିଦର୍ଶନ କରି ଖାଦ୍ୟ ର ମାନ ଓ ପରିମାଣ କୁ ଭଲ କରିବା ପାଇଁ କହିଥିଲେ ।

 ସେହିଭଳି ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଆଜି ଅଂଚଳର କିଛି ଅସହାୟ ଲୋକଙ୍କୁ ବୈସ୍ନୋଦେବୀ ରାଇସ ମିଲ ଦ୍ୱାରା ପ୍ରଦାନ କରାଜସିଥିବା 15 ଦିନର ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।  ଅନବରତ ଭାବରେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସେବା କରି ଆସୁଥିବା ଏହି ଯୁବ ବ୍ୟବସାୟୀ ମାନଙ୍କୁ ପ୍ରସଂଶା କରିଛନ୍ତି ଉପଜିଲ୍ଲାପାଳ ଓ ତହସିଲଦାର ।

0
0
0
s2sdefault