ହେଡଲାଇନସ୍:

କୋଭିଡ-19ର ମୁକାବିଲା ପାଇଁ 15 ହଜାର କୋଟି ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇଣ୍ଡିଆ କୋଭିଡ-19 ଏମର୍ଜେନ୍ସି ରେସପନ୍ସ ଏଣ୍ଡ ହେଲଥ ସିଷ୍ଟମ ପ୍ରିପେଆର୍ଡନେସ ପ୍ୟାକେଜ

ନୂଆଦିଲ୍ଲୀ (ଶାସକ ପ୍ରଶାସକ ବ୍ୟୁରୋ )ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୋଭିଡ-19ର ମୁକାବିଲା ପାଇଁ ଜରୁରିକାଳୀନ ଭିତ୍ତିରେ 15 ହଜାର କୋଟି ଟଙ୍କାର ଏକ ପ୍ୟାକେଜ ଅନୁମୋଦିତ ହୋଇଛି। ଏହି ମଞ୍ଜୁର ଅର୍ଥ କୋଭିଡ-19ର ଜରୁରିକାଳୀନ ମୁକାବିଲା ପାଇଁ 3ଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ । ଜରୁରିକାଳୀନ ଭିତ୍ତିରେ 7,774 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଅବଶିଷ୍ଟ ଅର୍ଥ 1ରୁ 4 ବର୍ଷ ମଧ୍ୟରେ ମିଶନମୋଡରେ ଖର୍ଚ୍ଚ କରିବାକୁ ଦିଆଯାଇଛି ।
ଜରୁରିକାଳୀନ ଭିତ୍ତିରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ କୋଭିଡ-19 ସଂକ୍ରମଣ ନିରୂପଣ, ଆବଶ୍ୟକ ମେଡିକାଲ ଯନ୍ତ୍ରପାତି ଓ ଔଷଧ କ୍ରୟ ଏବଂ ସଂକ୍ରମିତ ରୋଗୀମାନଙ୍କ ଉପଚାର ଦିଗରେ ଖର୍ଚ୍ଚ ହେବ । ଏହାଛଡା ଭବିଷ୍ୟତରେ ଯେପରି ଅଧିକ ରୋଗ ନହୁଏ ତଥା ଅଧିକ ପରୀକ୍ଷାଗାର ନିର୍ମାଣ, ପର୍ଯ୍ୟବେକ୍ଷଣ ଓ ଗବେଷଣା ବାବଦରେ ଖର୍ଚ୍ଚ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଅର୍ଥ ଖର୍ଚ୍ଚ ହେବ।
ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏଥି ସହିତ ସଂଲଗ୍ନ ଅନ୍ୟ କେତେକ ମନ୍ତ୍ରଣାଳୟ ସହ ମିଶି ନିମ୍ନ ପଦକ୍ଷେପମାନ ନେଇଛନ୍ତି ।
    ପ୍ୟାକେଜ ଅଧୀନରେ ମଞ୍ଜୁର ହୋଇଥିବା ଅତିରିକ୍ତ 3 ହଜାର କୋଟି ଟଙ୍କାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ଥିବା ସ୍ୱାସ୍ଥ୍ୟ ସୁବିଧାକୁ ଅଧିକ ମଜବୁତ କରାଯିବ। ଏଥିପାଇଁ ଆବଶ୍ୟକ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ, ସ୍ୱାସ୍ଥ୍ୟକେନ୍ଦ୍ର ଓ କେୟାର ସେଣ୍ଟରମାନ ନିର୍ମାଣ କରାଯିବ । ମାର୍ଗଦର୍ଶିକା ଅନୁସାରେ ଏକାନ୍ତବାସ, ସଙ୍ଗରୋଧ ଗୃହ ଓ ପରୀକ୍ଷା ଉପଚାର, ରୋଗ ବ୍ୟାପିବାକୁ ରୋକିବା, ସାମାଜିକ ଦୂରତ୍ୱ ଏବଂ ପର୍ଯ୍ୟବେକ୍ଷଣ ବାବଦରେ ଖର୍ଚ୍ଚ ହେବ । ଏଥିପାଇଁ ହଟସ୍ପଟ ଗୁଡିକୁ ଚିହ୍ନଟ କରାଯିବା ସହିତ ଉପଯୁକ୍ତ ଆବଦ୍ଧାଞ୍ଚଳ ଜୋନକୁ ତ୍ୱରାନ୍ୱିତ କରାଯାଉଛି ।
   ସଂକ୍ରମଣ ନିରୂପଣ ପରୀକ୍ଷାଗାର ବ୍ୟବସ୍ଥାକୁ ସଂପ୍ରସାରିତ କରାଯିବା ସହ ଆମର ନମୂନା ପରୀକ୍ଷଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।  କୋଭିଡ-19 ପରୀକ୍ଷାକୁ ବ୍ୟାପକ କରିବା ପାଇଁ 13 ଲକ୍ଷ ସଂକ୍ରମଣ ନିରୂପଣ କିଟ ଆଣିବାକୁ ଅର୍ଡର ଦିଆଯାଇଛି ।
    ଆଶାକର୍ମୀଙ୍କଠାରୁ ଆରମ୍ଭ କରି ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ, ଇନସ୍ୟୁରାନ୍ସ ସ୍କିମ ଫର ହେଲଥ ୱାର୍କର ଲାଇଟିଂ କୋଭିଡ-19ରେ ଅନ୍ତର୍ଭୁକ୍ତ କରାଯାଇଛି । ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏନ-95 ମାସ୍କ ଏବଂ ଭେଣ୍ଟିଲେଟର, ଉପଚାର ପାଇଁ ଆବଶ୍ୟକ ଟେଷ୍ଟିଂ କିଟ ଏବଂ ଔଷଧ ପତ୍ର ଆହରଣ କରାଯାଇଛି ।
ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଜୁର ଅର୍ଥର ସିଂହଭାଗ ଖର୍ଚ୍ଚ ହେଉଥିବା ବେଳେ ଜାତୀୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ବିଶ୍ୱମାରୀ ଗବେଷଣା ଦିଗରେ ଖର୍ଚ୍ଚ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହାର ବିଭିନ୍ନ ସଂସ୍ଥା ଯଥା – ଜାତୀୟ ସ୍ୱାସ୍ଥ୍ୟ ମିଶନ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ, ଆଇସିଏମଆର ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ସେଣ୍ଟ୍ରାଲ ପ୍ରୋକ୍ୟୁରମେଣ୍ଟ, ରେଳବାଇ ପ୍ରଭୃତି ଜରିଆରେ ଏହି ପ୍ୟାକେଜ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ।

0
0
0
s2sdefault