ହେଡଲାଇନସ୍:

ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ସୃଷ୍ଟି କଲେ ମମତା, ବିକାଶ ଓ ଆଶିଷ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- କର୍ତ୍ତବ୍ୟର ଆହ୍ୱାନ ସମ୍ମୁଖରେ ସବୁକିଛି ତୁଚ୍ଛ । ଜନତାଙ୍କ ସେବା ଆଗରେ ସବୁକିଛି ହାରମାନିଛି । ସମଗ୍ର ପୃଥିବୀରେ କୋଭିଡ଼-୧୯ ମହାମାରୀକୁ ନେଇ ଜନସାଧାରଣ ଆତଙ୍କିତ ହୋଇଉଠିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏହାର ମୁକାବିଲା ନିମନ୍ତେ ଜାରି ରହିଛି ଲକ୍ ଡ଼ାଉନ । ଏହି ସମୟରେ କରୋନା ଲଢେଇରେ ଆଗଧାଡ଼ିର ଯୁଦ୍ଧା ଭାବେ ଅବତ୍ତୀର୍ଣ୍ଣ ହୋଇଥିବା ମୟୁରଭଞ୍ଜ  ପୁଲିସ ବିଭାଗରେ ବେତନଟୀ ଥାନାରେ ଏସଆଇ ଭାବେ କାର୍ଯ୍ୟ କରୁଥିବା  ୮ ମାସର ଗର୍ଭବତୀ ମହିଳା ଏସଆଇ ମମତା ମିଶ୍ରଙ୍କ ସହିତ  ବାରିପଦା ହେଡ଼କ୍ୱାଟରରେ ଏଲଏନକେ ବିକାଶ ବାରିକ ଓ କନେଷ୍ଟବଳ ଅଶିଷ ଦେ ଗର୍ବିତ କରିଛନ୍ତି ପୋଲିସ ବାହୀନିକୁ |ମାନବିକତା ଆଉ କର୍ତ୍ତବ୍ୟ ଆଗରେ ତୁଚ୍ଛ ହୋଇଯାଇଛି ବ୍ୟକ୍ତିଗତ ସ୍ୱାର୍ଥ |
ବେତନଟୀ ଥାନା ଏସଆଇ  ମମତା ୮ ମାସର ସନ୍ତାନକୁ ନିଜ ଗର୍ଭରେ ଧାରଣ କରି ସମସ୍ତ ସରକାରୀ ସୁବିଧା ସୁଯୋଗକୁ ପଛରେ ପକାଇ ନିଜର ଓ ଗର୍ଭରେ ଥିବା ସନ୍ତାନର ଭବିଷ୍ୟତକୁ ଚିନ୍ତା ନ କରି କୋଭିଡ଼-୧୯ର ମୁକାବିଲା ପରିପ୍ରେକ୍ଷୀରେ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ଅଣ୍ଟାଭିଡ଼ି ଆଗେଇ ଆସିଛନ୍ତି । ସେହିପରି ଏଲଏନକେ ବିକାଶ ବାରିକ ଓ କନେଷ୍ଟବଳ ଅଶିଷ ଦେ ବି ଅନୁରୂପ ଭାବେ ସାମିଲ ହୋଇଛନ୍ତି କୋଭିଡ଼-୧୯ ଲଢେଇରେ |  ଆଶିଷଙ୍କର ପବିତ୍ର ଦୋଳ ପୂର୍ଣ୍ଣୀମାରେ ନିର୍ବନ୍ଧ ସରିଥିଲା । ମେ ୮ରେ ହୋଇଥାନ୍ତା ବିବାହ । ଶୁଳିଆପଦା ବ୍ଲକ ଗଡ଼ିଆ ଗ୍ରାମର ବାପ ମା’ଙ୍କର ସାନ ପୁଅ ଆଶିଷ ।  ବଡ଼ ଭାଇ ଓ ଦୁଇ ଭଉଣୀଙ୍କର ବିବାହ ସରିଯାଇଛି । ୨୦୦୪ରେ ପୁଲିସ ବିଭାଗରେ ଚାକିରୀ ଆରମ୍ଭ କରିଛନ୍ତି ଓ କରୋନାକୁ ନେଇ ଗଠିତ ଉପଜିଲ୍ଲାପାଳଙ୍କ ସ୍କ୍ୱାଡରେ କାର୍ଯ୍ୟ କରୁଛନ୍ତି । ସେହିପରି ଏଲଏନକେ ବିକାଶ ଶୁଳିଆପଦା ଥାନା ଅନ୍ତର୍ଗତ କାଣିମହୁଲି ଗ୍ରାମର ପୁଅ ।  ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପେଟ୍ରୋଲିଂ ସ୍କ୍ୱାଡରେ  ନିୟୋଜିତ ଅଛନ୍ତି । ଆସନ୍ତା ମେ ୮ରେ ବିବାହ ନିମନ୍ତେ ଲଗ୍ନ ଧରା ଶେଷ ହୋଇଥିବା ବେଳେ ଗତ ଏପ୍ରିଲ ୧୭ରେ ନିର୍ବନ୍ଧ ହେବାର ରହିଥିଲା । ଏହି ଦୁଇ ପୁଲିସ କର୍ମଚାରୀଙ୍କର ବିବାହକୁ ନେଇ ପରିବାର, ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ଲାଗି ରହିଥିଲା ନାହିଁ ନ ଥିବା ଉତ୍ସାହ । ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ପର୍ବ ଚୁଡ଼ାନ୍ତ ସୋପାନରେ ପହଁଞ୍ଚିସାରିଥିଲା । ମାତ୍ର କର୍ତ୍ତବ୍ୟ ସମ୍ମୁଖରେ ହାର ମାନିଛି ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ଫଳରେ ନିଜର ବାବିହକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।  କୋଭିଡ଼-୧୯କୁ ନେଇ ଚାଲିଥିବା ସଂଗ୍ରାମରେ ବାରିପଦା ସହିତ ମୟୂରଭଞ୍ଜ ଜିଲ୍ଲାକୁ ମୁକ୍ତ କରାଇବାର ପଣ ନେଇ ନିଜ କର୍ତ୍ତବ୍ୟ ସମ୍ପାଦନରେ ଦିନ ରାତି ଲାଗିପଡ଼ିଛନ୍ତି ଏହି ତିନି ଜଣ ପୁଲିସ କର୍ମଚାରୀ । ଏପ୍ରିଲ ୨୧ରେ ପୁଲିସ ମହାନିର୍ଦ୍ଦେଶକ  ଅଭୟ ବାରିପଦା ଗସ୍ତରେ ଆସିଥିବା ବେଳେ ଏହି ପୁଲିସ କର୍ମଚାରୀମାନଙ୍କର ନିଷ୍ଠାପର  କର୍ତ୍ତବ୍ୟ ସମ୍ପାଦନରେ ନିଜକୁ ନୟୋଜିତ କରାଇଥିବା ବିଷୟ ଦୃଷ୍ଟିକୁ ଆସିଥିଲା ଏବଂ ପୁଲିସ ମହାନିଦେ୍ର୍ଧଶକ ଶ୍ରୀଅଭୟ ନିଜର ଟୁଇଟରେ ଏମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି । ଜିଲ୍ଲାବାସୀ ଏହି ପ୍ରକାରର ଆଗଧାଡ଼ିର କରୋନା ଯୁଦ୍ଧାଙ୍କୁ ଶତ ଶତ ନମନ ଜଣାଇଥିବା ବେଳେ ଏମାନେ ଅନ୍ୟ ପୁଲିସ କର୍ମଚାରୀମାନଙ୍କ ନିମନ୍ତେ ଏକ ଉଦାହରଣ ପାଲଟିଥିବା ବିଷୟକୁ ନେଇ ଜନସାଧାରରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି ।

0
0
0
s2sdefault