ହେଡଲାଇନସ୍:

ବାରିପଦା ହାଟ ମେ ୩ ପର୍ଯ୍ୟନ୍ତ ବନ୍ଦ ରଖିଲା ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ଷ୍ଟେସନ ବହାରରେ ପ୍ରତ୍ୟେକ ଗୁରୁବାର ଓ ରବିବାର ହାଟ ବସିଥାଏ । ଉକ୍ତ ହାଟକୁ ପଡେ଼ାଶୀ ପଶ୍ଚିମବଙ୍ଗ ରାଜ୍ୟରୁ ବିଭିନ୍ନ ବ୍ୟବସାୟୀମାନେ ଆସିଥାନ୍ତି । ମାତ୍ର ଓଡ଼ିଶାରେ ଏକ ତୃତୀୟାଂଶ କୋଭିଡ଼-୧୯ ପଜିଟିଭ ସଂଖ୍ୟା ସହିତ ପଶ୍ଚିମବଙ୍ଗ ରାଜ୍ୟର ଲିଙ୍କ ରହିଥିବାର ଜଣାପଡ଼ିବା ପରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ମାଜିଷ୍ଟ୍ରେଟ  କ୍ଷମତା ପ୍ରାପ୍ତ ବାରିପଦା ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୮୬୮/୨୧.୦୪.୨୦୨୦ ଅନୁସାରେ ଏକ ନିଦେ୍ର୍ଧଶନାମା ଜାରି କରାଯାଇଛି । ଏଥିରେ ବାରିପଦା ହାଟକୁ ମେ ୩ ପର୍ଯ୍ୟନ୍ତ ବନ୍ଦ ରଖାଗଲା ବୋଲି ଦର୍ଶାଯାଇଛି ।

0
0
0
s2sdefault