ଘରୋଇ କଳହ ସଂଦେହ : ନିଶାଶକ୍ତ ଅବସ୍ଥାରେ ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ବଲାଙ୍ଗୀର / ନିରୋଜ ମିଶ୍ର : ଲୋକେ ଘରେ ରହୁଛନ୍ତି । ତେଣୁ ଏବେ ଘରୋଇ ହିଂସା ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଜ୍ୟ ସରକାର । ଏପରିକି ଘରୋଇ ହିଂସା ଉପରେ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଡି.ଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଏକ ସମୟରେ କିନ୍ତୁ ଖୋଦ ଜଣେ ପୋଲିସ ଡ୍ରାଇଭର ଘରୋଇ ହିଂସା ଯୋଗୁଁ ଆତ୍ମହତ୍ୟା କରିବା ଭଳି ଘଟଣା ଘଟିଛି ବଲାଙ୍ଗିର ସହର ଭିତରେ । ବଲାଙ୍ଗିର ଗାନ୍ଧୀନଗର ପଡାର ଶନ୍ତୁ ବଢିଆ ଓରଫ ନାଡୁ ଦୀର୍ଘ ଦିନ ହେଲା ବଲାଙ୍ଗିର ଟାଉନ ଥାନାରେ ପୋଲିସ ଡ୍ରାଇଭର ଭାବରେ କାମ କରୁଥିଲେ । ଗତକାଲି ରାତିରେ ଡ୍ୟୁଟି ସାରି ଘରକୁ ଯିବା ପରେ, ବିଲମ୍ବିତ ରାତିରେ ସେ ଘର ଭିତରେ ଦଉଡି ଦେଇ ଆତ୍ମହତ୍ୟା କରିଦେଇଥିଲେ । ପୋଲିସ ଶବକୁ ଜବତ କରି ପୋଷ୍ଟ ମୋର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ମୃତ ଡ୍ରାଇଭରଙ୍କ ସ୍ତ୍ରୀ ସବୁ ସତକଥା କହୁନଥିଲେ ମଧ୍ୟ ସ୍ବାମୀ ରାତିରେ ଦଉଡି ଦେଇ ଆତ୍ମହତ୍ୟା କରିଥିବ। କଥାକୁ ସ୍ବୀକାର କରିଛନ୍ତି । ମୃତ ଡ୍ରାଇଭରଙ୍କ ବେକରେ ମଧ୍ୟ ଦଉଡି ଦାଗ ରହିଛି । ରାତିରେ ମଦ ପିଇ ଘରକୁ ଆସିବା ପରେ ସ୍ତ୍ରୀ ସହିତ କଲିକଜିଆ କରି ଡ୍ରାଇଭର ଜଣକ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି ।

ଲକଡାଉନ ଯୋଗୁଁ ମଦଦୋକାନ ବନ୍ଦ ଥୁବା ବେଲେ, ପୋଲିସ ଡ୍ରାଇଭର ଜଣକ ମଦ କେଉଁଠୁ ପାଇଲେ, ଏବଂ ଜଣେ ପୋଲିସ ଡ୍ରାଇଭର ଘରୋଇ ହିଂସା ଯୋଗୁଁ କେମିତି ଆତ୍ମହତ୍ୟା କଲେ, ତାକୁ ନେଇ ବଲାଙ୍ଗିର ସହର ଭିତରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ସେପଟେ ଏ ନେଇ ଟାଉନ ପୋଲିସ ତଦନ୍ତ ଜାରୀ ରଖୁଥୁବା ହେଲେ ପୋଲିସ ଅଧିକାରୀ ମାନେ ମୁହଁ ଖୋଲୁନାହାଁନ୍ତି । ମୃତ ଡ୍ରାଇଭରଙ୍କ ଛୋଟ ଛୋଟ ଦୁଇଟି ଝିଅ ଏବଂ ପୁଅ ଅନାଥ ହୋଇଯାଇଥିବାରୁ, ସେମାନଙ୍କୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପରିବାର ଲୋକେ ଦାବୀ କରିଛନ୍ତି ।

 

0
0
0
s2sdefault