ମୁଖ୍ୟ ସଚିବଙ୍କ ସହ ୫-ଟି ସଚିବଙ୍କ କେନ୍ଦୁଝର ଓ ବାରିପଦା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝରରୁ ସୀମା ନାୟକ/ ମୟୁରଭଞ୍ଜରୁ ଦିଲ୍ଲୀପ ମହାନ୍ତି : କରୋନା ଲଢ଼େଇକୁ ମଜଭୁତିର ସହ ରାଜ୍ୟ ସରକାର ଲଢ଼ୁଥିବା ବେଳେ ବିଭିନ୍ନ ଜିଲ୍ଲାରେ ଏହାର ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଚାଲିଛି | ଆଉ ଏହାକୁ ସିଧାସଳଖ ମନିଟର କରୁଥିବା ୫ ଟି ସଚିବ ଭିକେ ପାଣ୍ଡିଆନ ଗତକାଲି ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ କଳାହାଣ୍ଡି ଓ ସମ୍ବଲପୁର ଗସ୍ତ କରି ସ୍ୱତନ୍ତ୍ର କୋବିଦ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଥବା ବେଳେ ଆଜି ଶ୍ରୀ ପାଣ୍ଡିଆନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଗସ୍ତ କରିଥିଲେ କେନ୍ଦୁଝର ମୟୁରଭଞ୍ଜ ଜିଲା |

କେନ୍ଦୁଝର ଜିଲ୍ଲାରେ ଟାଟା ପକ୍ଷରୁ ଯୋଡ଼ାରେ ଏକ କୋବିଦ ହସ୍ପିଟାଲ କାର୍ଯ୍ୟକ୍ଷମ ହେଇଥିବା ବେଳେ ସହର ସନ୍ନିକଟସ୍ଥ ରାଙ୍କୀଠାରେ ପ୍ରସ୍ତାବିତ କୋବିଦ ହସ୍ପିଟାଲର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ | ସେଠାରେ ଜିଲ୍ଲାପାଳ ଆଶିଷ ଥାକରେ ଓ ଏସପି ମିତ୍ରଭାନୁ ମହାପାତ୍ର ଓ ଅନ୍ୟ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ | ରାଙ୍କୀ ସ୍ଥିତ ଅନ୍ଵେଷା ହଷ୍ଟେଲଠାରେ ୨୦୦ ଶଯ୍ୟା ବିଶିଷ୍ଟ କୋବିଦ ହସ୍ପିଟାଲ ନିର୍ମାଣାଧୀନ ଅଛି | ଏହି କୋବିଦ ହସ୍ପିଟାଲରେ ସନ୍ଦିଗ୍ଧ କୋବିଦଙ୍କ ପାଇଁ ସ୍ୱତନ୍ତ୍ର ବ୍ଲକ ରହିବ | ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ଆର୍ଥିକ ସହାୟତାରେ ଉତ୍କଳ ହେଲ୍ଥ କେୟାର ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ପରିଚାଳିତ ହେବ ଏହି ହସ୍ପିଟାଲ | ଏହି ହସ୍ପିଟାଲ ଆସନ୍ତା ସପ୍ତାହକ ମଧ୍ୟରେ କାର୍ଯ୍ୟକ୍ଷମ ହେବ |  

ଏହି ଅବସରରେ ୫ ଟି ସଚିବ ଜିଲ୍ଲା ପ୍ରଶାସନ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଥିଲେ | ଏମଜିନରେଗା ଏବଂ କୃଷି କ୍ଷେତ୍ରକୁ ସହାୟକ ହେବ ଭଳି ସମସ୍ତ କାମର  କାର୍ଯ୍ୟକାରିତା ତ୍ୱରାନ୍ୱିତ କରାଇବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ | ବାହାର ରାଜ୍ୟରୁ ଆସି ଫସିଥିବା ଶ୍ରମିକ ଓ ଲୋକଙ୍କ ଯତ୍ନ ନେବାକୁ ମଧ୍ୟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା | 

ସେଠାର ସେହିପରି ମୟୁରଭଂଜ ଜିଲ୍ଲାରେ କୀମସ ପକ୍ଷରୁ ବାଙ୍କୀଷୋଳଠାରେ ଆଦାନି କିସ ଆବାସିକ ବିଦ୍ୟାଳୟ ପରିସରରେ ଗତକାଲି ଲୋକାର୍ପିତ ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ(୨୦ ଆଇସିୟୁ ସହ)  କୋବିଦ ହସ୍ପିଟାଲ ପରିଦର୍ଶନ କରିଥିଲେ | ସେଠାରେ ଥିବା ଭିତ୍ତିଭୁମିକୁ ନେଇ ଶ୍ରୀ ପାଣ୍ଡିଆନ ସନ୍ତୋଷ ବ୍ୟକ୍ତ କରିଥିଲେ | ଏହି ଅବସରରେ ଜିଲ୍ଲାପାଳ ବିନୀତ କୁମାର ଭରଦ୍ୱାଜ, ଏସପି ସ୍ମିଥ ପି ପରମାର, ସିଡିଏମଓ ଡ଼ ରୂପଭାନୁ ମିଶ୍ର, ବାରିପଦା କୋବିଦ ହସ୍ପିଟାଲ ଦାୟିତ୍ୱରେ ଥିବା ଡ଼ ସୁଧୀର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ | 

 

0
0
0
s2sdefault