ପ୍ରଶାସନ ର କଠୋର ପଦକ୍ଷେପ ;  ମାସ୍କ ଲଗାଇ ନଥିବା ଵ୍ୟକ୍ତି ଙ୍କୁ ଜରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣୁପୁର ରୁ ମାଧବ ବିଡିକା ଙ୍କ ରିପୋର୍ଟ : ମହାମାରୀ କରୋନା ର ମୁକାବିଲା ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଆରମ୍ଭ ହୋଇଛି ମାସ୍କ ପିନ୍ଧିବାରେ କଡା ନିୟମ । ବିନା ମାସ୍କ ରେ ଘରୁ ବାହାରିବା ମନା । କରନା ଭାଇରସର ସଂକ୍ରମଣ ଠାରୁ ଜନଜୀବନ କୁ ଦୂରେଇବା ନିମନ୍ତେ ସରକାର ଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ସର୍ବସସଧାରଣ ରେ ମଧ୍ୟରେ ଗ୍ରହଣ କରାଯାଇଛି। ଯେଉଁ ବ୍ୟକ୍ତି ମାନେ ମାସ୍କ କ୍ରୟ କରି ପାରିନାହାଁନ୍ତି କିମ୍ବା ପାଇପାରୁ ନାହାଁନ୍ତି ସେମାନେ ମୁହଁ ରେ ରୁମାଲ ,କପଡ଼ା କିମ୍ବା ତଉଲିଆ ଘୋଡାଇ ଯିବାକୁ ସରକାର ଅନୁରୋଧ କରିଛନ୍ତି । କିନ୍ତୁ କେତେକ ବ୍ୟକ୍ତି ଏହାକୁ ଖିଲାପ କରୁଥିବା ଦେଖିବାକୁ ମେଳୁଛି । ଏଭଳି ବ୍ୟକ୍ତିଙ୍କୁ ସାବାଡ କରିବା ନିମନ୍ତେ ସରକାର ଜରିମାନା ର ନିୟମ ଲାଗୁ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି ରାୟଗଡା ଜିଲ୍ଲା ଗୁଣପୁର ଠାରେ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ତଥା ସ୍ଥାନୀୟ ତହସିଲଦାର ଶ୍ରୀ ଲକ୍ଷ୍ମୀନାରାୟଣ ସାବତ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମାସ୍କ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଆପଣ ମାନଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ହାତଯୋଡି ବରମ୍ବାର ଅନୁରୋଧ କରିବା ସତ୍ତ୍ୱେ ; ଏଭଳି ବେପରୁଆ ମନୋଭାବ ଯୋଗୁଁ ଆମ୍ଭେ ଆପଣ ମାନଙ୍କୁ ବାଧ୍ୟ ହୋଇ ଜରିମାନା ଆଦାୟ କରିବା ପାଇଁ ପଡୁଛି ବୋଲି ସାଧାରଣରେ ମତବ୍ୟକ୍ତ କରିଥିଲେ। ତହସିଲଦାର ଶ୍ରୀ ସାବତଙ୍କ ଏଭଳି ପଦକ୍ଷେପ କୁ ବୁଦ୍ଧିଜିବୀ ମହଲରେ ସ୍ୱାଗତ୍ କରାଯାଇଛି।

0
0
0
s2sdefault