ପାଇଖାନାରେ ହାରପିକ ପିଇବା ଦ୍ୱାରା ଜଣେ ଯୁବକ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ଥାନା ଅନ୍ତର୍ଗତ କାନସୁକା ଗ୍ରାମର ଜଣେ ଯୁବକ ସକାଳେ ପାଇଖାନା ଯାଇ ସେଠାରେ ଥିବା ହାରପିକ ପିଇବା ଦ୍ଵାରା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛିଯେ କାନସୁକା ଗ୍ରାମର ସନ୍ତୋଷ କୁମାର ସାହୁ ନାମକ ଜଣେ ଯୁବକ ନିଜ ଘର ପାଇଖାନାକୁ ଯାଇଥିଲେ। ସେଠାରେ ପାଇଖାନା ସଫା ହେବାକୁ ଥିବା ହାରପିକ ଜାରରୁ ସମସ୍ତ ହାରପିକ ଲିକ୍ୟୁଡ଼ ପିଇଦେଇଥିଲେ। ପାଇଖାନା ମଧ୍ୟରେ ଶବ୍ଦ ଶୁଣି ପରିବାର ଲୋକେ ସନ୍ତୋଷକୁ ଗୁରୁତର ଅବସ୍ଥାରେ ପାଇଖାନାରୁ ଉଦ୍ଧାର କରି ବୁଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ବୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

 

 

0
0
0
s2sdefault